ହଷ୍ଟେଲ୍‌ ନା ମସାଜ ପାର୍ଲର!

ବାରିପଦା (ମାଣିକଲାଲ୍‌ ପାଣି): ସ୍କୁଲ ଶିକ୍ଷାର ମନ୍ଦିର। ଏବେ ଏହି ମନ୍ଦରରେ ଚାଲିଛି ମସାଜ। ଛାତ୍ରମାନେ ପାଠ ପଢ଼ିବା ବଦଳରେ ପ୍ରଧାନଶିକ୍ଷକଙ୍କୁ କରୁଛନ୍ତି ମସାଜ। ଯାହାର ଭିଡିଓ ଏବେ ଶୋସାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ସାରସକଣା ବ୍ଲକ୍‌ ଖେଣ୍ଡା ଗାଁରେ ରହିଛି ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନାର୍ଦ୍ଦନ ମଣ୍ଡଳଙ୍କ ନାଁରେ ଆସିଛି […]

school

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 04:09 PM IST

ବାରିପଦା (ମାଣିକଲାଲ୍‌ ପାଣି): ସ୍କୁଲ ଶିକ୍ଷାର ମନ୍ଦିର। ଏବେ ଏହି ମନ୍ଦରରେ ଚାଲିଛି ମସାଜ। ଛାତ୍ରମାନେ ପାଠ ପଢ଼ିବା ବଦଳରେ ପ୍ରଧାନଶିକ୍ଷକଙ୍କୁ କରୁଛନ୍ତି ମସାଜ। ଯାହାର ଭିଡିଓ ଏବେ ଶୋସାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

ସାରସକଣା ବ୍ଲକ୍‌ ଖେଣ୍ଡା ଗାଁରେ ରହିଛି ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନାର୍ଦ୍ଦନ ମଣ୍ଡଳଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଛାତ୍ରାବାସରେ ପ୍ରଧାନଶିକ୍ଷକ ମହାଶୟ ଏକ ଦୌଡ଼ିଆ ଖଟରେ ଶୋଇଛନ୍ତି। ଆଉ ୩ ଜଣ ଛାତ୍ର ୟୁନିଫର୍ମ ପିନ୍ଧି ସାରଙ୍କ ମୁଣ୍ଡ, ହାତ ଓ ଗୋଡ଼ ମସାଜ କରୁଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

ଅଭିଯୋଗରୁ ପ୍ରକାଶ, ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରମାନଙ୍କ ପାଇଁ ହଷ୍ଟେଲ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ୨୫ ଜଣ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଦାୟିତ୍ୱ ନେବା ପାଇଁ ଜଣେ ସୁପରିଟେଣ୍ଡଣ୍ଟ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ୱେ ପ୍ରଧାନଶିକ୍ଷକ ମହାଶୟ ନିୟମିତ ହଷ୍ଟେଲ୍‌କୁ ଆସୁଛନ୍ତି ଏବଂ ଛାତ୍ରଙ୍କଠାରୁ ମସାଜ ଖାଉଛନ୍ତି। ଏବେ ସେହି ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଧାଶିକ୍ଷକ ଭୁଲ୍‌ ମାଗୁଛନ୍ତି।

ଏନେଇ ଅଭିଯୋଗ ହେବା ପରେ WEO ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି। ତାଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଭିଯୋଗ ହେଉଛି। ପ୍ରଧାନଶିକ୍ଷକ ଜନାର୍ଦ୍ଦନ ମଣ୍ଡଳ ସେହି ସ୍କୁଲରେ ଦୀର୍ଘ ୧୯ ବର୍ଷ ଧରି କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Related story