ବରପାଲିରେ ବିଜେପୁର ଇଫେକ୍ଟ: ବିଜେଡିରେ ମିଶିଲେ ବରପାଲି ଏନଏସି ଅଧ୍ୟକ୍ଷାଙ୍କ ସମେତ ୮

ଭୁବନେଶ୍ୱର: ସରଗରମ ହେଉଛି ବିଜେପୁର ରାଜନୀତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ଗଡ଼କୁ ମଜଭୁତ କରିବାକୁ ପ୍ରୟାସ ଚଲାଇଛି। ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେବା ପରେ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ବିଜେପୁରର ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା।  ଆଜି ବରପାଲି ଏନଏସିର ଅଧ୍ୟକ୍ଷା ମୀନା ସେଠ ଓ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ସହ ୬ଜଣ କାଉନସିଲର ଆଜି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ସେମାନେ ସମସ୍ତେ ନବୀନ ନିବାସରେ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 02:01 PM IST

ଭୁବନେଶ୍ୱର: ସରଗରମ ହେଉଛି ବିଜେପୁର ରାଜନୀତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ଗଡ଼କୁ ମଜଭୁତ କରିବାକୁ ପ୍ରୟାସ ଚଲାଇଛି। ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେବା ପରେ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ବିଜେପୁରର ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା।  ଆଜି ବରପାଲି ଏନଏସିର ଅଧ୍ୟକ୍ଷା ମୀନା ସେଠ ଓ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ସହ ୬ଜଣ କାଉନସିଲର ଆଜି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ସେମାନେ ସମସ୍ତେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି,“ବିଜେଡି ଦଳକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ବିଜେଡି ଦଳର ସମସ୍ତଙ୍କ ଯୋଗଦାନରେ ମୁଁ ଖୁସି।କାଉନସିଲରଙ୍କ ଯୋଗଦାନ ଦଳକୁ ମଜବୁତ କରିବ।”

Related story