ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲା ରଦ୍ଦ

କଟକ: ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ରାଜାଶ୍ରୀ ଓ ବର୍ଷାସୋନୀଙ୍କ ବୁଝାମଣା ଭିତ୍ତିରେ ମାମଲାକୁ ରଦ୍ଦ କରାଗଲା ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି। ବୁଝାମଣା ନେଇ ପୂର୍ବରୁ ସତ୍ୟପାଠ ଦାଖଲ କରିଥିଲେ ବର୍ଷାସୋନୀ ଓ ରାଜଶ୍ରୀ। ଗତ ମେ’ ୨୫ ତାରିଖରେ ଭୁବନେଶ୍ୱରର ଏକ ହୋଟେଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଭୁଲି ନୂଆ କରି ଜୀବନ ଆରମ୍ଭ କରିବା […]

rajashree

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 04:16 PM IST

କଟକ: ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ରାଜାଶ୍ରୀ ଓ ବର୍ଷାସୋନୀଙ୍କ ବୁଝାମଣା ଭିତ୍ତିରେ ମାମଲାକୁ ରଦ୍ଦ କରାଗଲା ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି। ବୁଝାମଣା ନେଇ ପୂର୍ବରୁ ସତ୍ୟପାଠ ଦାଖଲ କରିଥିଲେ ବର୍ଷାସୋନୀ ଓ ରାଜଶ୍ରୀ।

ଗତ ମେ’ ୨୫ ତାରିଖରେ ଭୁବନେଶ୍ୱରର ଏକ ହୋଟେଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଭୁଲି ନୂଆ କରି ଜୀବନ ଆରମ୍ଭ କରିବା କଥା ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ବର୍ଷାସୋନୀ ବିବାଦ ଯୋଗୁଁ ରାଜାଶ୍ରୀଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ରାଜନୈତିକ କ୍ୟାରିୟର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ହାତରୁ ମନ୍ତ୍ରୀ ପଦ ଚାଲି ଯାଇଥିଲା। ଏପରିକି ଗତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ୍ ମଧ୍ୟ ଦେଇ ନ ଥିଲା।

Related story