ବିଡିଓଙ୍କୁ କରୋନା, ଦୁଇ ଦିନ ଅଫିସ୍‌ ଶଟ୍‌ଡାଉନ୍‌

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବିଡିଓଙ୍କୁ କରୋନା ହୋଇଛି। ଏହା ପରେ ବ୍ଲକ ଅଫିସକୁ ୨ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୧୧ ଓ ୧୨ ତାରିଖ ବ୍ଲକ ଅଫିସ୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ବ୍ଲକ ଅଫିସ୍‌କୁ ସାନିଟାଇଜ୍‌ କରାଯିବ। ଭଦ୍ରକ ଜିଲ୍ଲା ପ୍ରଶାସନ ଏନେଇ ଟ୍ୱିଟ୍‌ କରିଛି। #COVID19UPDATE Basudevpur Block office shut-down for two days (11th and 12th August) for sanitisation as BDO […]

bhadrak

Manoranjan Sial
  • Published: Tuesday, 11 August 2020
  • , Updated: 11 August 2020, 05:51 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବିଡିଓଙ୍କୁ କରୋନା ହୋଇଛି। ଏହା ପରେ ବ୍ଲକ ଅଫିସକୁ ୨ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୧୧ ଓ ୧୨ ତାରିଖ ବ୍ଲକ ଅଫିସ୍‌ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ବ୍ଲକ ଅଫିସ୍‌କୁ ସାନିଟାଇଜ୍‌ କରାଯିବ। ଭଦ୍ରକ ଜିଲ୍ଲା ପ୍ରଶାସନ ଏନେଇ ଟ୍ୱିଟ୍‌ କରିଛି।

https://twitter.com/DM_Bhadrak/status/1293140088151396352?s=20

ଆଜି ଭଦ୍ରକ ଜିଲ୍ଲାରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୭୯ ଜଣ ଲୋକାଲ୍‌ କେସ।

https://twitter.com/DM_Bhadrak/status/1293067598343491584?s=20

ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରୁ ୧୦୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୬ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୪ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story