ଚାଲିଥିଲା ମାଆଙ୍କ ଭସାଣୀ ଉତ୍ସବ, ଦ୍ରୁତ ଗତିରେ ମାଡ଼ିଆସିଲା ଅଟୋ

ବାସୁଦେବପୁର (କିରୀଟି ଦାସ): ଆଜି ସକାଳେ ଚାଲିଥିଲା ମାଆ ଦୁର୍ଗାଙ୍କ ଭସାଣୀ ଉତ୍ସବ। ନାଚଗୀତରେ ସମସ୍ତେ। ହଠାତ୍‌ ଏକ ଅଟୋ ଦ୍ରୁତ ଗତିରେ ମାଡ଼ି ଆସିଲା। ଆଉ ଲୋକଙ୍କୁ ଧକ୍କା ଦେଇ ପଳାଇବାକୁ ଚେଷ୍ଟା କରୁଥିଲା। ଲୋକମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଓ ବହେ ଛେଚିଲେ। ପରେ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ମିଳିଥିଲା ଗୋ’ ମାଂସ। ଆଜି ସକାଳେ ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି। ଆଜି ସକାଳେ ସୁଙ୍ଗୁଡା […]

Bhadrak

Bhadrak

Manoranjan Sial
  • Published: Thursday, 06 October 2022
  • Updated: 06 October 2022, 05:18 PM IST

Sports

Latest News

ବାସୁଦେବପୁର (କିରୀଟି ଦାସ): ଆଜି ସକାଳେ ଚାଲିଥିଲା ମାଆ ଦୁର୍ଗାଙ୍କ ଭସାଣୀ ଉତ୍ସବ। ନାଚଗୀତରେ ସମସ୍ତେ। ହଠାତ୍‌ ଏକ ଅଟୋ ଦ୍ରୁତ ଗତିରେ ମାଡ଼ି ଆସିଲା। ଆଉ ଲୋକଙ୍କୁ ଧକ୍କା ଦେଇ ପଳାଇବାକୁ ଚେଷ୍ଟା କରୁଥିଲା। ଲୋକମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଓ ବହେ ଛେଚିଲେ। ପରେ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ମିଳିଥିଲା ଗୋ’ ମାଂସ। ଆଜି ସକାଳେ ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି।

ଆଜି ସକାଳେ ସୁଙ୍ଗୁଡା ନିକଟରେ ମାଆ ଦୁର୍ଗାଙ୍କ ଭସାଣୀ ଉତ୍ସବ ଚାଲିଥିଲା। ଗାଁ ଯୁବକମାନେ ମାଆ ଦୁର୍ଗାଙ୍କୁ ମେଲାଣି ଦେଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ ଅଟୋ ଦ୍ରୁତ୍‌ ଗତି ମାଡ଼ି ଆସିଲା। ଅଟୋଟି ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇ ପଳାଇବାକୁ ଚେଷ୍ଟା କରିଥିଲେ। ଭସାଣୀ ସମାରୋହରେ ଯୋଗଦେଇଥିବା ଯୁବକମାନେ ଅଟୋକୁ ଗୋଡ଼ାଇ ଗୋଡ଼ାଇ ସୁଙ୍ଗୁଡା-ସାବରପୁର ରାସ୍ତାର ପୁରୁଣା ଏଫସିଆଇ ଗୋଦାମ ନିକଟରେ ଅଟକାଇ ଥିଲେ।

ଅଟୋ ଚାଳକକୁ ବହେ ପିଟିଥିଲେ। ପରେ ଅଟୋ ଡାଲାରେ ପଡ଼ିବା ପାଲ ଟେକିବାରୁ ସେଥିରେ ଗୋରୁ ଚମଡ଼ା ଓ ୫ରୁ ୬ଟି ପଲିଥିନ୍‌ରେ ଗୋ’ ମାଂସ ଦେଖିବାକୁ ପାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ। ବାସୁଦେବପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଚାଳକକୁ ଉଦ୍ଧାର କରି ଅଟକ ରଖି ପଚରାଉଚରା କରୁଛି। ଅଟକ ଚାଳକ ସାବରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ସୋର ଥାନା ସାହସପୁରା ଅଞ୍ଚଳରୁ ଗୋ’ ମାଂସ ଧରି ବାସୁଦେବପୁର ଥାନା ସାବରପୁର ଅଞ୍ଚଳକୁ ଆସୁଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଟକ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷରେ ଅଟୋ ଧକ୍କାରେ ଆହତ ହୋଇଥିବା ଦୁଇ ଯୁବକଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos