ଚାକିରି ପାଇଲେ ବାୟା, ଦିନେ ଥିଲେ ଚର୍ଚ୍ଚାରେ

ବାରିପଦା(ମାଣିକଲାଲ ପାଣି): ବାୟା ମାଙ୍କିଡ଼ିଆଙ୍କୁ ମିଳିଲା ଚାକିରି। ଏବେ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ଆଜି ତାଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏବେ ଆଦିବାସୀ ଛାତ୍ରାବାସରେ ପିଲାମାନଙ୍କୁ ପାଠ ପଢ଼ାଇବେ। ଏଥିସହ ବାୟାଙ୍କୁ ଜିଲ୍ଲାପାଳ ଏକ ଲପ୍‌ଟପ୍‌ ମଧ୍ୟ ପ୍ରଦାନ କରିଛନ୍ତି। ବାୟା ହେଉଛନ୍ତି ମାଙ୍କିଡ଼ିଆ ସମ୍ପ୍ରଦାୟରେ ପ୍ରଥମ ମାଟ୍ରିକ୍‌ ଛାତ୍ର। କପ୍ତିପଦା ବ୍ଲକ ନୂଆଗାଁ ପଞ୍ଚାୟତ ଭଣ୍ଡାରିପାଳ ଗାଁର ବାୟା ମାଙ୍କିଡ଼ିଆ। ସେ ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ପାଠ ପଢ଼ୁଥିଲେ। ୨୦୧୦ ମସିହାରେ […]

Baya

Baya

Manoranjan Sial
  • Published: Thursday, 29 July 2021
  • Updated: 29 July 2021, 06:46 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ବାୟା ମାଙ୍କିଡ଼ିଆଙ୍କୁ ମିଳିଲା ଚାକିରି। ଏବେ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ଆଜି ତାଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏବେ ଆଦିବାସୀ ଛାତ୍ରାବାସରେ ପିଲାମାନଙ୍କୁ ପାଠ ପଢ଼ାଇବେ। ଏଥିସହ ବାୟାଙ୍କୁ ଜିଲ୍ଲାପାଳ ଏକ ଲପ୍‌ଟପ୍‌ ମଧ୍ୟ ପ୍ରଦାନ କରିଛନ୍ତି। ବାୟା ହେଉଛନ୍ତି ମାଙ୍କିଡ଼ିଆ ସମ୍ପ୍ରଦାୟରେ ପ୍ରଥମ ମାଟ୍ରିକ୍‌ ଛାତ୍ର।

କପ୍ତିପଦା ବ୍ଲକ ନୂଆଗାଁ ପଞ୍ଚାୟତ ଭଣ୍ଡାରିପାଳ ଗାଁର ବାୟା ମାଙ୍କିଡ଼ିଆ। ସେ ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ପାଠ ପଢ଼ୁଥିଲେ। ୨୦୧୦ ମସିହାରେ ସେ ତୃତୀୟ ଡିଭିଜନ୍‌ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ମାଙ୍କିଡ଼ିଆ ସମ୍ପ୍ରଦାୟର ପ୍ରଥମ ଛାତ୍ର ଭାବେ ସେ ମାଟ୍ରିକ୍‌ ପାସ୍‌ କରିଥିଲେ। ଏଥିପାଇଁ ତାଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ଫୋନ୍‌ କରି ଶୁଭେଚ୍ଛା ଜଣାଇଥିଲେ।

ମାଟ୍ରିକ୍‌ ପାସ୍‌ କରିବା ପରେ ବାୟା ନୁଡୁଡିହା ମେଘସନି କଲେଜରେ ଯୁକ୍ତ ଦୁଇ ପଢ଼ୁଥିଲେ। ୨୦୧୨ ମସିହାରେ ସେ ଯୁକ୍ତ ଦୁଇରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ସେତେବେଳକୁ ବାୟା ବାହା ହୋଇ ସାରିଥିଲେ। ପରେ ସେହି କଲେଜରେ ଯୁକ୍ତ ୩ରେ ଆଡ୍‌ମିସନ୍‌ ହୋଇଥିଲେ। ଅର୍ଥ ବାଧକ ଥିବାରୁ ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଏପରିକି ବିନା ଫି’ରେ କଲେଜ କର୍ତ୍ତୃପକ୍ଷ ତାଙ୍କର ଆଡ୍‌ମିଶନ୍‌ କରାଇଥିଲେ। ଏହା ପରେ ବାୟା ପାଠ ପଢ଼ିଲେ। ଯୁକ୍ତ ତିନିର ଦ୍ୱିତୀୟ ବର୍ଷରେ ଅର୍ଥ ଅଭାବରୁ ପରୀକ୍ଷା ଦେଇପାରିଲେ ନାହିଁ। ପରିବାର ଚଳାଇବା ପାଇଁ ମୂଲମଜୁରି ଲାଗିଲେ।

[caption id="attachment_662827" align="aligncenter" width="650"]Baya ବାୟାଙ୍କୁ ନିଯୁକ୍ତିପତ୍ର ଓ ଲାପ୍‌ଟପ୍‌ ପ୍ରଦାନ କରୁଛନ୍ତି ଜିଲ୍ଲାପାଳ[/caption]

ବାୟା ମ୍ୟାଟ୍ରିକ୍‌ ପଢ଼ୁଥିବା ବେଳେ ବିବାହ କରିଥିଲେ। ମାଟ୍ରିକ୍‌ ପାସ୍‌ କରିବା ପରେ ସେ ଦୁଇ ଝିଅ ଓ ଗୋଟିଏ ପୁଅର ବାପା ମଧ୍ୟ ହୋଇସାରିଥିଲେ। ଦିନକୁ ଦିନ ପରିବାର ବଢ଼ୁଥିବାରୁ ବାୟା ଯୁକ୍ତ ତିନିର ଦ୍ୱିତୀୟ ବର୍ଷ ପରୀକ୍ଷା ଦେବା ପୂର୍ବରୁ ସବୁଦିନ ପାଇଁ ପାଠ ପଢ଼ା ଛାଡ଼ିଦେଲେ। ପରିବାର ଚଳାଇବା ପାଇଁ ସେ କାମଦାମ କଲେ। ସାହି ପଡ଼ିଶାଙ୍କ ସହିତ ମିଶି ଜଙ୍ଗଲରୁ ଜାଳେଣୀ ସଂଗ୍ରହ କଲେ। ଟ୍ରାକ୍ଟର ଜଳାଇ ପରିବାର ଭରଣ ପୋଷଣ କଲେ। ଏନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା।

ଆଜି ବାୟାଙ୍କୁ ଚାକିରି ମିଳିଛି। ତାଙ୍କୁ ଆଦିବାସୀ ଛାତ୍ରାବାସରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏଥି ସହ ବାୟାଙ୍କୁ ଏକ ଲପ୍‌ଟପ୍‌ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରୁ ସେ ଚାହିଁଲେ ଶିକ୍ଷା ପ୍ରଣାଳୀ ଆହଣ କରିପାରିବେ। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇପାରିବେ। ବାୟାଙ୍କ ୩ ପୁଅ ଓ ଝିଅ ଏବେ ସ୍କୁଲରେ ପାଠ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos