ବାୟୁସେନା ଜେଟ୍ ଟ୍ରେନର ଦୁର୍ଘଟଣାଗ୍ରସ୍ତ ଘଟଣା: କଲେଇକୁଣ୍ଡା ଏୟାରବେସକୁ ଗଲା ଭଗ୍ନାବଶେଷ

ମୟୁରଭଞ୍ଜ: ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସରୁ ଆସିଥିବା ତଦନ୍ତକାରୀ ଟିମ୍ ମୟୂରଭଞ୍ଜ ବିଷୋଇରୁ ଦୁର୍ଘଟଣାଗ୍ରସ୍ତ ବାୟୁସେନା ଜେଟ୍ ଟ୍ରେନର ସମସ୍ତ ଭଗ୍ନାବଶେଷ ନେଇଯାଇଛନ୍ତି। ଗତକାଲି ତଦନ୍ତକାରୀ ଟିମ୍ ସ୍ୱତନ୍ତ୍ର ହେଲିକପଟ୍ରେ ଘଟଣାସ୍ତଳରେ ପହଞ୍ଚିଥିଲେ। ସେମାନେ ଭଗ୍ନାବଶେଷକୁ ପରୀକ୍ଷା ନିରୀକ୍ଷା କରିବା ପରେ ଭଗ୍ନାବଶେଷକୁ କ୍ରେନ୍ ଯୋଗେ ଟ୍ରକ୍ରେ ଲୋଡ୍ କରାଯାଇଥିଲା। ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ନିଆଯାଇଥିବା ସୂଚନା ମିଳିଛି। ତେବେ ତଦନ୍ତକାରୀ ଟିମ୍ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା […]

air-crass

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 03:11 AM IST

ମୟୁରଭଞ୍ଜ: ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସରୁ ଆସିଥିବା ତଦନ୍ତକାରୀ ଟିମ୍ ମୟୂରଭଞ୍ଜ ବିଷୋଇରୁ ଦୁର୍ଘଟଣାଗ୍ରସ୍ତ ବାୟୁସେନା ଜେଟ୍ ଟ୍ରେନର ସମସ୍ତ ଭଗ୍ନାବଶେଷ ନେଇଯାଇଛନ୍ତି। ଗତକାଲି ତଦନ୍ତକାରୀ ଟିମ୍ ସ୍ୱତନ୍ତ୍ର ହେଲିକପଟ୍ରେ ଘଟଣାସ୍ତଳରେ ପହଞ୍ଚିଥିଲେ। ସେମାନେ ଭଗ୍ନାବଶେଷକୁ ପରୀକ୍ଷା ନିରୀକ୍ଷା କରିବା ପରେ ଭଗ୍ନାବଶେଷକୁ କ୍ରେନ୍ ଯୋଗେ ଟ୍ରକ୍ରେ ଲୋଡ୍ କରାଯାଇଥିଲା। ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ନିଆଯାଇଥିବା ସୂଚନା ମିଳିଛି। ତେବେ ତଦନ୍ତକାରୀ ଟିମ୍ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ। ଗତ ତିନି ତାରିଖରେ ପଶ୍ଚିମବଙ୍ଗର କଲାଇକୋଣ୍ଡା ଏୟାର୍ ବେସ୍ରୁ  ଟେକ୍ ଅଫ୍ କରିଥିବା ବାୟୁସେନାର ଆଡ୍ଭାନ୍ସ ଜେଟ୍ ଟ୍ରେନର୍ ମୟୂରଭଞ୍ଜ ବିଷୋୟୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related story