ବିମାନ ଉଡ଼ାଣ: ଆସନ୍ତା ମାସରେ ଝାରସୁଗୁଡ଼ାରୁ, ତିନିମାସ ପରେ ରାଉରକେଲାରୁ

Ordigital Desk
  • Published: Tuesday, 24 October 2017
  • , Updated: 24 October 2017, 01:15 PM IST
<p>ଭୁବନେଶ୍ୱର: ଆସନ୍ତା ମାସ ଶେଷ ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ହେବ। ଆଜି ଉଡ଼ାଣ ଯୋଜନା କାର୍ଯ୍ୟକାରିତାକୁ ନେଇ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି।</p> <p>ସେ କହିଛନ୍ତି- &ldquo;ନଭେମ୍ବର ସୁଦ୍ଧା ଝାରସୁଗୁଡ଼ାକୁ ବିମାନ ଉଡ଼ାଣ କରିବ। ରାଉରକେଲାକୁ ବିମାନ ଉଡ଼ାଣ ପାଇଁ ଆଉ ଦୁଇରୁ ତିନି ମାସ ଲାଗିବ।&rdquo;</p> <p>ସେ ଆହୁରି କହିଛନ୍ତି- &ldquo;ରାଉରକେଲାରେ ବିମାନ ବନ୍ଦର ଦାୟିତ୍ୱ ନେବାକୁ ଆରଏସପି ରାଜି ହେଉ ନଥିବାରୁ ବିଳମ୍ବ ହେଉଛି। ଜୟପୁର ଓ ରାଉରକେଲାକୁ ବିମାନ ଉଡ଼ାଣ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ଭବ ହୋଇପାରିବ।&rdquo;</p>

Related story