କମିଶନରେଟ୍ ପୁଲିସ ହାତରୁ କାଢ଼ି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଗତି କୁଆଡ଼େ? ହଠାତ୍ କମିଶନରେଟ୍ ପୁଲିସ ହାତରୁ ତଦନ୍ତ ଦାୟିତ୍ୱ କାଢ଼ି ନେଇ କ୍ରାଇମବ୍ରାଞ୍ଚକୁ ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଏମିତିକି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୨ରେ ହେବାକୁ ଥିବା ବେଳେ ସେଯାଏଁ ବି ଅପେକ୍ଷା ହେଲାନି । ତେଣେ ଅଭିଯୋଗକାରିଣୀ ଯେଉଁ ପୋଲିସ କର୍ମଚାରୀଙ୍କ ନାଁ ଏତଲାରେ ଦର୍ଶାଇଥିଲେ ତାଙ୍କୁ ବି ଆଜି ଯାଏଁ ଖୋଜି […]

rape victim

rape victim

Tapas Behera
  • Published: Thursday, 08 October 2020
  • Updated: 08 October 2020, 07:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଗତି କୁଆଡ଼େ? ହଠାତ୍ କମିଶନରେଟ୍ ପୁଲିସ ହାତରୁ ତଦନ୍ତ ଦାୟିତ୍ୱ କାଢ଼ି ନେଇ କ୍ରାଇମବ୍ରାଞ୍ଚକୁ ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଏମିତିକି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୨ରେ ହେବାକୁ ଥିବା ବେଳେ ସେଯାଏଁ ବି ଅପେକ୍ଷା ହେଲାନି । ତେଣେ ଅଭିଯୋଗକାରିଣୀ ଯେଉଁ ପୋଲିସ କର୍ମଚାରୀଙ୍କ ନାଁ ଏତଲାରେ ଦର୍ଶାଇଥିଲେ ତାଙ୍କୁ ବି ଆଜି ଯାଏଁ ଖୋଜି ପାଉନି ପୁଲିସ। ହେଲେ ମାମଲାରେ ଆଦୌ ସଂପୃକ୍ତି ନଥିବା ଓଟିଭିର ବରିଷ୍ଠ ଅଧିକାରୀଙ୍କୁ କିନ୍ତୁ କରିଛି ଘନ ଘନ ଜେରା।

ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । କମିଶନରେଟ୍ ପୁଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଦ୍ୱାରା ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ଓ ତା ଉପରେ ଆସନ୍ତା ୧୨ ତାରିଖରେ ଶୁଣାଣି ବି ଅଛି । ହେଲେ ତାକୁ ମଧ୍ୟ ଅପେକ୍ଷା କଲେନି ରାଜ୍ୟ ସରକାର । ହଠାତ୍ ଦେଲେ କ୍ରାଇମ୍ବ୍ରାଞ୍ଚ ତଦନ୍ତ  ଆଦେଶ। ଏହା କଣ ମାମଲାର ତଦନ୍ତକୁ ଅଧିକ ଲମ୍ବା ଓ ଗୋଳିଆ କରିବା ଉଦ୍ଦେଶ୍ୟ କି?

ଗତ ଅଗଷ୍ଟ ୩୦ରେ ଅଭିଯୋଗକାରିଣୀ, ତାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ ନେଇ ଦେଇଥିବା ଏତଲାରେ ଓଟିଭିର କିଛି କର୍ମଚାରୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କର ବି ସଂପୃକ୍ତି ଥିବା ଅଭିଯୋଗ କରିଥିଲେ । ନିଜେ ଭୁବନେଶ୍ୱର ଡିସିପି ବି ସେକଥା ସ୍ୱୀକାର କରିବା ସହ ସେ ଦିଗରେ ବି ତଦନ୍ତ ଚାଲିଥିବା କହିଥିଲେ । ତେବେ କିଏ ସେ ପୁଲିସ କର୍ମଚାରୀ ତାହା କିନ୍ତୁ ଆଜିଯାଏଁ ଅଜଣା । ତେଣେ ଗତ ୫ ତାରିଖରେ ଏହି ମାମଲାରେ ପ୍ରତିକ୍ରିୟା ରଖି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯାହା କହିଥିଲେ ତାହା ବି ଆହୁରି ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣାରେ ସଂପୃକ୍ତ ପୋଲିସ୍ କର୍ମଚାରୀ ଓ ତାଙ୍କ ସହଯୋଗୀ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଥିଲେ ତାହା ତଦନ୍ତର ମୂଳ ବିଷୟ ନୁହେଁ । ତଦନ୍ତ ଅନ୍ୟ ଦିଗରେ ଗତି କରୁଛି ଓ ସେ ବିଷୟରେ ଯାଞ୍ଚ କରାଯାଉଛି।

ଏଠି ପ୍ରଶ୍ନ ସିପିଙ୍କ କଥା ଅନୁସାରେ ତାହାଲେ ତଦନ୍ତ ମୂଳ ବିଷୟ କଣ? ଆଉ କେଉଁ ଦିଗରେ ଗତି କରୁଛି ଏ ମାମଲାର ତଦନ୍ତ? ଗୋଟିଏ ପଟେ ଅଭିଯୋଗ ଆସିଥିବା ନିଜ ବିଭାଗର ପୋଲିସକୁ ଚିହ୍ନି ପାରୁନି ପୁଲିସ୍ । ହେଲେ ମାମଲାରେ ଆଦୌ ସଂପୃକ୍ତ ନଥିବା ଓଟିଭିର ବରିଷ୍ଠ ଅଧିକାରୀଙ୍କୁ କିନ୍ତୁ ବାରମ୍ବାର ମହିଳା ଥାନାକୁ ଡକାଇ ଚାଲିଛି ପଚରାଉଚରା । ଏଣେ କମିଶନରେଟ୍ ପୋଲିସଠୁ ଆରମ୍ଭ କରି ମହିଳା କମିଶନ୍ ଓ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ଯାଏଁ, ସମସ୍ତଙ୍କୁ ସବୁବେଳେ ମାମଲା ସଂପର୍କିତ ବିସ୍ତୃତ ଦସ୍ତାବିଜ ହସ୍ତାନ୍ତର କରିବା ସହ ତଦନ୍ତରେ ବି ସହଯୋଗ କରି ଆସିଛନ୍ତି ଓଟିଭି କର୍ତ୍ତୃପକ୍ଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos