୩୦ରୁ ପୁଣି ବର୍ଷା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୩୦ ଏବଂ ୩୧ ତାରିଖ ଦୁଇ ଦିନ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଆଣ୍ଡାମାନ ଓ ତା’ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେହିପରି ଓଡ଼ିଶା ଉପକୂଳ ଦେଇ ମଧ୍ୟ ଏକ ଟ୍ରପ୍  ଲାଇନ୍ ଯାଉଛି। ତେଣୁ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। କିନ୍ତୁ ବର୍ଷାର ମାତ୍ରା […]

rain-2

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 08:41 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୩୦ ଏବଂ ୩୧ ତାରିଖ ଦୁଇ ଦିନ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଆଣ୍ଡାମାନ ଓ ତା’ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେହିପରି ଓଡ଼ିଶା ଉପକୂଳ ଦେଇ ମଧ୍ୟ ଏକ ଟ୍ରପ୍  ଲାଇନ୍ ଯାଉଛି। ତେଣୁ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। କିନ୍ତୁ ବର୍ଷାର ମାତ୍ରା ଖୁବ୍ କମ୍ ରହିବ ବୋଲି କୁହାଯାଇଛି। ଚାଷୀ ଭୟଭୀତ ହେବାର ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ ସ୍ପଷ୍ଟ କରିଛନ୍ତି।  ତେବେ ଆଜିଠାରୁ କୁହୁଡ଼ି ବଢ଼ିବା ଥିବା ସହ ମଧ୍ୟମ ଧରଣର ଶୀତ ଅନୁଭୂତ ହେବ ବୋଲି ସେ କହିଛନ୍ତି।

Related story