ଭୁବନେଶ୍ୱର: ଯଦୁପୁରରେ ଜଣ୍ଡିସ୍ ଆତଙ୍କ, ୮୨ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣ୍ଡିସ୍ ଆତଙ୍କ। ଭୁବନେଶ୍ୱର ଯଦୁପୁରରେ ପ୍ରାୟ ୮୨ ଜଣ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜଣ୍ଡିସ୍ ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଗାଁରେ ଦୂଷିତ କୂଅର ପାଣିରୁ ଜଣ୍ଡିସ୍ ବ୍ୟାପୁଥିବା ଜଣାପଡ଼ିଛି। ତେଣୁ ଗାଁରେ ହାଲୋଜିନ୍ ବଟିକା ଓ ବ୍ଲଚିଂ ପାଉଡର୍ ବଣ୍ଟାଯାଉଛି। ଗତକାଲି ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଘଟଣାସ୍ଥଳ ବୁଲି ନିରୀକ୍ଷଣ କରିଛନ୍ତି। […]

-Jaundice

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 09:24 AM IST

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣ୍ଡିସ୍ ଆତଙ୍କ। ଭୁବନେଶ୍ୱର ଯଦୁପୁରରେ ପ୍ରାୟ ୮୨ ଜଣ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜଣ୍ଡିସ୍ ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଗାଁରେ ଦୂଷିତ କୂଅର ପାଣିରୁ ଜଣ୍ଡିସ୍ ବ୍ୟାପୁଥିବା ଜଣାପଡ଼ିଛି। ତେଣୁ ଗାଁରେ ହାଲୋଜିନ୍ ବଟିକା ଓ ବ୍ଲଚିଂ ପାଉଡର୍ ବଣ୍ଟାଯାଉଛି।

ଗତକାଲି ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଘଟଣାସ୍ଥଳ ବୁଲି ନିରୀକ୍ଷଣ କରିଛନ୍ତି। ପ୍ରଦୂଷିତ ୬ଟି କୂଅକୁ ପୋତିବାକୁ ନିଷ୍ପତ୍ତି ନେବା ସହିତ ବର୍ତ୍ତମାନ ୩ଟି ନୂତନ ନଳକୂପ ଖୋଳାଯାଇଥିବା ସୂଚନା ଦେଇଛନ୍ତି। ଗାଁକୁ ଥିବା ପାଇପ୍ ଜଳଯୋଗାଣ ବ୍ୟବସ୍ଥାକୁ ଚାଲୁ କରିବା ସହିତ ସମସ୍ତଙ୍କୁ ମାଗଣା କନେକ୍ସନର ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

Related story