ଶୁଣିଲେନି ହିତାଧିକାରୀ; ଧାରଣାରେ ବସିଲେ ବିଡିଓ

ବାଲିଗୁଡ଼ା (ଅଜିତ୍‌ ନାୟକ): ସବୁ ବେଳେ ଆପଣ ଶୁଣିଥିବେ ବା ପଢ଼ିଥିବେ ବିଡିଓ କଥା ଶୁଣନ୍ତିନି ବୋଲି ହିତାଧିକାରୀ ଧାରଣା ଦିଅନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦେଖିବାକୁ ମିଳିଛି ପୂରା ଭିନ୍ନ ଦୃଶ୍ୟ। ଏଠାରେ ହିତାଧିକାରୀ ଶୁଣିଲେନି ବୋଲି ବିଡିଓ ଧାରଣାରେ ବସିଛନ୍ତି। ସୂଚନାଅନୁସାରେ, ମାଣିକେଶ୍ୱରୀ ପଞ୍ଚାୟତର ସନ୍ଦୀପ ନାୟକ ଓ ପ୍ରଦୀପ ନାୟକଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଘର କରିବା ପାଇଁ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ […]

kandhmal

Jyoshna Pradhan
  • Published: Saturday, 25 January 2020
  • , Updated: 25 January 2020, 02:39 PM IST

ବାଲିଗୁଡ଼ା (ଅଜିତ୍‌ ନାୟକ): ସବୁ ବେଳେ ଆପଣ ଶୁଣିଥିବେ ବା ପଢ଼ିଥିବେ ବିଡିଓ କଥା ଶୁଣନ୍ତିନି ବୋଲି ହିତାଧିକାରୀ ଧାରଣା ଦିଅନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦେଖିବାକୁ ମିଳିଛି ପୂରା ଭିନ୍ନ ଦୃଶ୍ୟ। ଏଠାରେ ହିତାଧିକାରୀ ଶୁଣିଲେନି ବୋଲି ବିଡିଓ ଧାରଣାରେ ବସିଛନ୍ତି।

ସୂଚନାଅନୁସାରେ, ମାଣିକେଶ୍ୱରୀ ପଞ୍ଚାୟତର ସନ୍ଦୀପ ନାୟକ ଓ ପ୍ରଦୀପ ନାୟକଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଘର କରିବା ପାଇଁ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନେ ଘର କାମ ସାରି ପାରି ନାହାନ୍ତି। ଘର କାମ ସାରିବା ପାଇଁ ବିଡିଓ ପ୍ରବୀଣ କୁମାର ବାଣୁଆ ସେମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ସେମାନେ ଶୁଣୁ ନଥିଲେ । ତେଣୁ ବିଡିଓ ଗତକାଲି ସନ୍ଦୀପ ଓ ପ୍ରଦୀପଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଖୁବଶୀଘ୍ର ଘର କାମ ସାରିବାକୁ ଉଭୟ ହିତାଧିକାରୀ ପ୍ରତିଶ୍ରୁତି ଦେବା ପରେ ବିଡିଓ ଧାରଣାରୁ ଉଠିଥିଲେ।

ଏ ନେଇ ବିଡିଓ କହିଛନ୍ତି ଯେ ସେମାନେ କିଭଳି ଘର ସାରି ଭଲ ପରିବେଶରେ ରହିପାରିବେ ସେଥିପାଇଁ ଆମେ ପ୍ରୟାସ କରିଛୁ।

 

Related story