ଭାଲୁକୁ ପିଟିପିଟି ମାରିଦେଲେ  

Ordigital Desk
  • Published: Thursday, 19 April 2018
  • , Updated: 19 April 2018, 09:11 AM IST
<p>ଟିଟିଲାଗଡ଼( ଓଡ଼ିଶା ରିପୋର୍ଟର): ଟିଟିଲାଗଡ଼ ବ୍ଲକ ବାଗଡୋର ଗାଁ ନିକଟରେ ସ୍ଥାନୀୟ ଲୋକେ ଠେଙ୍ଗାରେ ପିଟି ପିଟି ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗତ ୧୭ ତାରିଖରେ ଏକ ଜଙ୍ଗଲୀ ଭାଲୁ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।&nbsp; ବନ ବିଭାଗ, ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭୟଭୀତ ଲୋଙ୍କୁ ବୁଝାସୁଝା କରିବା ସହ ଭାଲୁଟିକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।&nbsp; ହେଲେ ଗତକାଲି ସକାଳେ ଭାଲୁ ପୁଣି ଗାଁକୁ ଫେରି ୩ଜଣଙ୍କୁ ଆକ୍ରମଣ କରିଥିଲା।</p> <p>ଏହାପରେ ପେଣ୍ଡରାପଦର, ବାଗଡୋର ଏବଂ ପିତାପଡା ଗାଁ ଲୋକ ମିଶି ଭାଲୁଟିକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗାଁ ନିକଟରେ ଥିବା ଜଙ୍ଗଲରୁ ଏକ ଜନ୍ତୁର ଶବ ଉଦ୍ଧାର କରିଛି ବନ ବିଭାଗ।&nbsp; ପାରିପାର୍ଶିକ ଅବସ୍ଥାରୁ ଏହା ଏକ ଭାଲୁର ଶବ ବୋଲି ଜଣାପଡୁଛି।&nbsp; ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ଆଳରେ ଜନ୍ତୁର ୪ଟି ଗୋଡ, ମୁଣ୍ଡ, ଶରୀରର ଛାଲ କାଢି ନେଇଥିବାରୁ ଏହା ଠିକ୍ ଭାବେ ଚିହ୍ନି ହେଉନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିଟିଲାଗଡ଼ ରେଞ୍ଜର କହିଛନ୍ତି।</p>

Related story