ସାଙ୍ଗ ଦେଖୁଥିଲେ ସାଙ୍ଗର ବୀଭତ୍ସ ମୃତ୍ୟୁ: ଭାଲୁ ପାଖରେ ସେମାନେ ଥିଲେ ଅସହାୟ

ରେଢାଖୋଲ:(ଓଡ଼ିଶା ରିପୋର୍ଟର): ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ। ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ […]

700

Tapas Behera
  • Published: Sunday, 14 June 2020
  • , Updated: 14 June 2020, 10:23 PM IST

ରେଢାଖୋଲ:(ଓଡ଼ିଶା ରିପୋର୍ଟର): ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ।

ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ ଗାଁର ଗୋଟିଏ ପରିବାରର ୫ଜଣ ଆଦିବାସୀ ଲୋକ ଯାଇଥିବା ଜଂଗଲକୁ ଯାଇଥିଲେ। ହଠାତ ୨ଜଣଙ୍କୁ ଅତି ଦୟନୀୟ ଭାବରେ ଆକ୍ରମଣ କରିଥିଲା ଭାଲୁ। ଭାଲୁର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ବିକଳରେ ଗଛ ଉପରେ ଚଢିଯାଇଥିଲେ। ଏମାନଙ୍କର ଲଢେଇରେ ଭାଲୁର ମଧ୍ୟ ମୃତ୍ୟୁ ହୋଇଛି।

Related story