ଜଙ୍ଗଲ ଛାଡ଼ି କଲେଜରେ ବୁଲିଲେ ଭାଲୁ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ସଦର ମହକୁମାସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବିଚରଣ କରୁଥିଲେ। ସେମାନେ ପ୍ରାୟ  ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଭାଲୁ ଜଙ୍ଗଲ ଭିତରକୁ ଫେରିଯାଇଥିଲେ ।  ଏହା ମଧ୍ୟରେ ଅବଶ୍ୟ ଭାଲୁମାନେ  କାହାର କୌଣସି କ୍ଷତି ଘଟାଇ ନାହାନ୍ତି । କିନ୍ତୁ ଭାଲୁଙ୍କୁ ଦେଖି ଭୟଭୀତ ହୋଇଯାଇଛନ୍ତି କଲେଜ କର୍ମଚାରୀ […]

bhalu-2-1

Niharika Rout
  • Published: Saturday, 04 January 2020
  • , Updated: 04 January 2020, 08:07 AM IST

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ସଦର ମହକୁମାସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବିଚରଣ କରୁଥିଲେ।

ସେମାନେ ପ୍ରାୟ  ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଭାଲୁ ଜଙ୍ଗଲ ଭିତରକୁ ଫେରିଯାଇଥିଲେ ।  ଏହା ମଧ୍ୟରେ ଅବଶ୍ୟ ଭାଲୁମାନେ  କାହାର କୌଣସି କ୍ଷତି ଘଟାଇ ନାହାନ୍ତି । କିନ୍ତୁ ଭାଲୁଙ୍କୁ ଦେଖି ଭୟଭୀତ ହୋଇଯାଇଛନ୍ତି କଲେଜ କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏହି ୩ଟି ଭାଲୁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ସନ୍ଧାନରେ ଆସିଥିବା କୁହାଯାଉଛି ।

Related story