କଲେଜରେ ଭାଲୁ

Ordigital Desk
  • Published: Tuesday, 17 April 2018
  • , Updated: 17 April 2018, 09:46 AM IST
<p>ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର):ଟିଟିଲାଗଡ଼ରେ ଗତ ରାତିରୁ ଭାଲୁ ଆତଙ୍କ ଜାରି ରହିଛି। ବିଳମ୍ବିତ ରାତିରୁ ଏକ ଭାଲୁ ଡିଏଭି କଲେଜ ପରିସରକୁ ପଶି ଆସିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।</p> <p>ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା କଲେଜ କ୍ୟାମ୍ପସରେ ଭାଲୁ ଲୁଚି ରହିଛି।</p>

Related story