ଗାଁରେ ବୁଲୁଛି ଭାଲୁ, ଲୋକେ ଭୟଭୀତ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗାଁ ଭିତରେ ବୁଲୁଥିଲା ଭାଲୁ। ଆଉ ଭାଲୁକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗାଁ ଲୋକେ। ଆଜି ଏପରି ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ପାଇକଫୁଲବେଡା ଗାଁରେ ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ଭାଲୁଟିକୁ ଉଦ୍ଧାରକ କରିଛି। ପୂରା ଘଟଣାଟି ଏମିତି। ଖରାଦିନରେ ପୋଡୁ ଚାଷ ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯେଉଁଥିପାଇଁ ଭାଲୁଟି ଆଜି ପୂର୍ବାହ୍ନରେ ଜଙ୍ଗଲ ଛାଡ଼ି ଦଶମନ୍ତପୁର ପାଇକଫୁଲବେଡା ଗାଁର ମଧ୍ୟ […]

bear

bear

Manoranjan Sial
  • Published: Wednesday, 14 April 2021
  • Updated: 14 April 2021, 10:32 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗାଁ ଭିତରେ ବୁଲୁଥିଲା ଭାଲୁ। ଆଉ ଭାଲୁକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗାଁ ଲୋକେ। ଆଜି ଏପରି ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ପାଇକଫୁଲବେଡା ଗାଁରେ ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ଭାଲୁଟିକୁ ଉଦ୍ଧାରକ କରିଛି।

ପୂରା ଘଟଣାଟି ଏମିତି। ଖରାଦିନରେ ପୋଡୁ ଚାଷ ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯେଉଁଥିପାଇଁ ଭାଲୁଟି ଆଜି ପୂର୍ବାହ୍ନରେ ଜଙ୍ଗଲ ଛାଡ଼ି ଦଶମନ୍ତପୁର ପାଇକଫୁଲବେଡା ଗାଁର ମଧ୍ୟ ଭାଗକୁ ଚାଲି ଆସିଥିଲା। ଭାଲୁ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଭୟରେ ଗାଁରେ ତାଟି କବାଟ ପଡ଼ି ଯାଇଥିଲା।

ଗାଁ ଭିତରେ ଭାଲୁ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ଭାଲୁକୁ କାବୁ କରିବା ପାଇଁ କରିଥିଲେ ଉଦ୍ୟମ। ହେଲେ ଭାଲୁ ଧରା ଦେଇନଥିଲା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଭାଲୁ ଧରା ଅପରେଶନ୍‌ ସନ୍ଧ୍ୟା ୭ ଘଣ୍ଟାରେ ସରିଥିଲା। ଶେଷରେ ଯନ୍ତା ବସାଇ ଭାଲୁକୁ କାବୁ କରିବାରେ ସଫଳ ହେଲା ବନ ବିଭାଗ। ଭାଲୁକୁ କାବୁ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାକୁ ପୋଡାଗଡ଼ ଜଙ୍ଗଲରେ ସୁରକ୍ଷିତଭାବେ ଛାଡି ଦିଆଯାଇଛି।

ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। କେତେକ ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହା ଫଳରେ ବନ୍ୟ ଜୀବଯନ୍ତୁମାନେ ଜୀବନ ବିକଳରେ ଗ୍ରାମାଭିମୁଖୀ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos