ଯନ୍ତ୍ରଣା ସହ ଯୁଝି ଯୁଝି ଥକିଗଲେଣି ଶୀତଲ, ଚାହୁଁଛନ୍ତି ଇଚ୍ଛାମୃତ୍ୟୁ

ଭଦ୍ରକ (ତପନ ସ୍ୱାଇଁ): ସେଦିନ ପାଠ ପଢ଼ିବା ପାଇଁ ବଡ଼ ଭଉଣୀ ସହ ସ୍କୁଲ ଯାଇଥିଲେ ଶୀତଲ। ଆଉ ଅପରାହ୍ନରେ ଘରକୁ ଫେରିବା ବେଳେ ମାଡ଼ିଗଲା ଦାନବ ରୂପୀ ଟ୍ରକ୍‌। ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲେ ବଡ଼ ଭଉଣୀ। ସେହି ଦୁର୍ଘଟଣାରେ ଆହତ ହେଲେ ଶୀତଲ। ଏବେବି ସେ ଶଯ୍ୟାଶାୟୀ। ବାପାଙ୍କ ଦୁଃଖ ଓ ଦେହର ଯନ୍ତ୍ରଣା ଶୀତଲଙ୍କୁ ବ୍ୟଥିତ କରିଛି। ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିବାରୁ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ଶୀତଲ। ସେଦିନ ଥିଲା […]

bhadrak.jpg111

Manoranjan Sial
  • Published: Saturday, 22 June 2019
  • , Updated: 24 June 2019, 05:26 PM IST

ଭଦ୍ରକ (ତପନ ସ୍ୱାଇଁ): ସେଦିନ ପାଠ ପଢ଼ିବା ପାଇଁ ବଡ଼ ଭଉଣୀ ସହ ସ୍କୁଲ ଯାଇଥିଲେ ଶୀତଲ। ଆଉ ଅପରାହ୍ନରେ ଘରକୁ ଫେରିବା ବେଳେ ମାଡ଼ିଗଲା ଦାନବ ରୂପୀ ଟ୍ରକ୍‌। ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲେ ବଡ଼ ଭଉଣୀ। ସେହି ଦୁର୍ଘଟଣାରେ ଆହତ ହେଲେ ଶୀତଲ। ଏବେବି ସେ ଶଯ୍ୟାଶାୟୀ। ବାପାଙ୍କ ଦୁଃଖ ଓ ଦେହର ଯନ୍ତ୍ରଣା ଶୀତଲଙ୍କୁ ବ୍ୟଥିତ କରିଛି। ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିବାରୁ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ଶୀତଲ।

ସେଦିନ ଥିଲା ଅଶୁଭ ୨୦୧୮ ଜୁଲାଇ ୧୯ ତାରିଖ। ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଖୁସିରେ ପିଲାମାନେ ଘରକୁ ଫେରୁଥିଲେ। କିଏ ସାଇକେଲ୍‌ ଚଲାଇ ଆସୁଥିଲା ତ ଆଉ କିଏ ବସ୍ତାନି ଧରି ଚାଲି ଚାଲି ଆସୁଥିଲେ। ତେବେ ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟରେ ଜାତୀୟ ରାଜପଥ ଅତିକ୍ରମ କଲା ବେଳେ ହଠାତ ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଗଲା। ଫଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ରାହାଞ୍ଜ ଗାଁର ସୁବାସ ସାହୁ ବଡ଼ ଝିଅ ସ୍ୱାତୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ବଡ଼ ମଝିଆଁ ଝିଅ ଶୀତଲ। ଦୁର୍ଘଟଣାର ବର୍ଷକ ପରେ ମଧ୍ୟ ସେ ସୁସ୍ଥ ହୋଇନାହାନ୍ତି। ଏବେ ବି ସେ ଶଯ୍ୟାଶାୟୀ ଅଛନ୍ତି।

[caption id="attachment_397214" align="aligncenter" width="748"] ସାନ ଭଉଣୀଙ୍କ ସହ ଶୀତଲ[/caption]

ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଶୀତଲଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁନଥିଲା। ଧୀରେ ଧୀରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଥିଲେ। ସେଠାରେ ବର୍ତ୍ତମାନ ସୁଦ୍ଧା ଧାରଉଧାର କରି ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଆଜିପର୍ଯ୍ୟନ୍ତ ଶୀତଲଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ପରିବର୍ତ୍ତନ ହେଉନି। ଗୋଡ଼, ହାତରେ ସୃଷ୍ଟି ହୋଇଥିବା କ୍ଷତ ଶୁଖୁନି। ଓଲଟା ଧୀରେ ଧୀରେ ଘାଆ ସବୁ ପଚିବା ଆରମ୍ଭ କରିଦେଲାଣି। ଯାହାଫଳରେ ସେ ଚାଲିବୁଲି ମଧ୍ୟ ପାରୁ ନାହାନ୍ତି। ପାଖରେ ଅର୍ଥ ନଥିବାରୁ ହସ୍ପିଟାଲରେ ଶୀତଲଙ୍କୁ ଅଧିକ ସମୟ ରଖିବା ସମ୍ଭବ ହେଉନାହିଁ। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଶୀତଲଙ୍କୁ ଘରକୁ ନେଇ ଅସିଛନ୍ତି। ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଶୀତଲ ଇଚ୍ଛାମୃତ୍ୟୁ ଚାହୁଁଥିବା ତାଙ୍କ ବାପା ସୁବାସ କହିଛନ୍ତି।

ସୂଚନାରୁ ପ୍ରକାଶ, ସୁବାସ ପେସାରେ ଜଣେ ଅଖା ବେପାରୀ। ସେଥିରୁ ଯାହା ଉପାର୍ଜନ ହୁଏ ସେଥିରେ ଚଳେ ପୂରା ପରିବାର। ସୁବାସଙ୍କ ପରିବାର କହିଲେ ୬ ଝିଅ ଓ ସ୍ତ୍ରୀ। ସେଥିରୁ ଦୁର୍ଘଟଣାରେ ବଡ଼ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବଡ଼ ମଝିଆ ଝିଅ ଏବେ ଶଯ୍ୟାଶାୟୀ ଅଛନ୍ତି।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ଶୀତଲଙ୍କୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦ ହଜାର ଟଙ୍କା ମିଳିଛି। ସେହି ଅର୍ଥରେ ଶୀତଲଙ୍କୁ ଦୀର୍ଘ କାଳ ଚିକିତ୍ସା କରିବା ସମ୍ଭବ ନଥିଲା। ସେଥିପାଇଁ ଧାର ଉଧାର କରି ଝିଅର ଚିକିତ୍ସା କରିଥିଲେ ସୁବାସ। ଏବେ ସେ ଅନ୍ୟର ସାହାଯ୍ୟ ଲୋଡ଼ିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରନ୍ତି, ତେବେ ତାଙ୍କ ଝିଅ ପୂର୍ବ ପରି ସ୍କୁଲ ଯାଇପାରନ୍ତା ଓ ଚାଲିବୁଲି ପାରନ୍ତା।

Related story