ଦିନ ସାରା ଆତଙ୍କ ଖେଳାଇ ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ

ଭବାନୀପାଟଣା(ରାଜକୁମାର ସିଂଦେଓ): ଗତକାଲି ଦିନ ତମାମ ଏକ ଭାଲୁ ଭବାନୀପାଟଣା ସହରକୁ ପଶି ଆସି  ଆତଙ୍କ ଖେଲାଇଥିଲା। ବନ ବିଭାଗ ତାକୁ ଧରିବାକୁ ନାକେଦମ ହୋଇଯାଇଥିବା ବେଳେ ଭାଲୁଟି ରାତି ଅଧରେ ନିଜେ ଜଙ୍ଗଲକୁ ଚମ୍ପଟ ମାରିଛି। ଭାଲୁ ଆକ୍ରମଣରେ ୨  ଜଣ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ଭାଲୁଟି ଭବାନୀପାଟଣା ସହର ମଧ୍ୟକୁ ପଶି ଆସିଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଭାଲୁକୁ ଦେଖି ବନ ବିଭାଗକୁ […]

beer-3

Niharika Rout
  • Published: Saturday, 22 August 2020
  • , Updated: 22 August 2020, 09:07 AM IST

ଭବାନୀପାଟଣା(ରାଜକୁମାର ସିଂଦେଓ): ଗତକାଲି ଦିନ ତମାମ ଏକ ଭାଲୁ ଭବାନୀପାଟଣା ସହରକୁ ପଶି ଆସି  ଆତଙ୍କ ଖେଲାଇଥିଲା। ବନ ବିଭାଗ ତାକୁ ଧରିବାକୁ ନାକେଦମ ହୋଇଯାଇଥିବା ବେଳେ ଭାଲୁଟି ରାତି ଅଧରେ ନିଜେ ଜଙ୍ଗଲକୁ ଚମ୍ପଟ ମାରିଛି। ଭାଲୁ ଆକ୍ରମଣରେ ୨  ଜଣ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ଭାଲୁଟି ଭବାନୀପାଟଣା ସହର ମଧ୍ୟକୁ ପଶି ଆସିଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଭାଲୁକୁ ଦେଖି ବନ ବିଭାଗକୁ ଖବର ଦେଇଥିଲା। ଏହାପରେ ଭାଲୁକୁ ଧରିବାକୁ ଦିନ ସାରା ବନ ବିଭାଗ ଓ ପୁଲିସ୍‌ କର୍ମଚାରୀ ନାନା କୌଶଳ ଆପଣାଇଥିଲେ ମଧ୍ୟ ତାହା ଫେଲ ମାରିଥିଲା।

ଭାଲୁଟି ସହରର ମୁଖ୍ୟ ରାସ୍ତାରେ ବୁଲୁଥିବା ବେଳେ  ତାକୁ ଦେଖିବାକୁ ସହରରେ ପ୍ରବଳ ଗହଳି ହୋଇଥିଲା। ଏହି ସମୟରେ ଭାଲୁ ହାବୁଡ଼ରେ ପଡ଼ି ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରୁ ଥିବାବେଳେ କୁଟିଆ ସିଂ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି  ଜୀବନକୁ ବାଜି ଲଗାଇ ଭାଲୁ କବଳରୁ ତାଙ୍କୁ ରକ୍ଷା କରିଥିବା ଜଣାଯାଇଛି। ଗୁରୁତରଦ୍ୱୟଙ୍କ ମଧ୍ୟରୁ ମଧ୍ୟରୁ ଜଣଙ୍କୁ ଭବାନୀପାଟଣା ମେଡିକାଲ ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହାପରେ ଜଙ୍ଗଲ ବିଭାଗ କର୍ମଚାରୀ ରାତିସାରା  ଭାଲୁକୁ ଜଗି ରହିଥିବା ବେଳେ ରାତି ୩ ଟାରେ ଜଳେଶ୍ୱର ମନ୍ଦିର ନିକଟସ୍ଥ  ଜଙ୍ଗଲ କୁଶା ଡୁଙ୍ଗୁରି ଦେଇ ଭାଲୁ ଜଙ୍ଗଲ ମଧ୍ୟକୁ ଫେରାର ମାରିଛି ।

ପ୍ରକାଶ ଯେ ଗତ ୧୫ ତାରିଖ ଦିନ ଏକ ଜଙ୍ଗଲି ଭାଲୁ ସହର ମଧ୍ୟ କୁ ପଶି ଆସିଥିଲା । ଦୀର୍ଘ ଚାରି ଘଣ୍ଟା ପରେ ବନ କର୍ମଚାରୀ ଭାଲୁକୁ ଧରି ଜଙ୍ଗଲରେ ଛାଡିଥିଲେ।

Related story