ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦୀର୍ଘ ସମୟର ପରିଶ୍ରମ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଭାଲୁ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଭାଗଲକଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।
ଗାଁର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ଭାଲୁଟି ସୋମବାର ରାତିରେ ଖସି ପଡ଼ିଥିଲା। ମଙ୍ଗଳବାର ସକାଳେ ଗ୍ରାମବାସୀ ବିଲକୁ ଯାଇଥିବା ବେଳେ କୂଅ ଭିତରେ ଭାଲୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସଙ୍ଗେସଙ୍ଗେ ବନବିଭାଗକୁ ଜଣାଇଥିଲେ।
ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ଏକ ସିଡି ସାହାଯ୍ୟରେ ଭାଲୁଟିକୁ କୂଅ ଭିତରୁ କଢାଯାଇଥିଲା। ଭାଲୁଟିର ବୟସ ପାଖାପାଖି ୨ବର୍ଷ ହେବ ବୋଲି ଅନୁମାନ କରୁଛି ବନବିଭାଗ। ଉଦ୍ଧାର ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଛି।