ଶ୍ରୀମନ୍ଦିର ସଂସ୍କାର: ୨ରେ ରିପୋର୍ଟ ଦାଖଲ, ୮ରେ ଶୁଣାଣି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ଦେଇ ଜାନୁଆରୀ ୮ ତାରିଖରେ ଶୁଣାଣି ହେବ। ଏହା ପୂର୍ବରୁ ଅର୍ଥାତ ଜାନୁଆରୀ ୨ ତାରିଖରେ ଶ୍ରୀମନ୍ଦିର ସଂସ୍କାର ନେଇ ସମସ୍ତ ରିପୋର୍ଟ ଦାଖଲ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ବିଶେଷ କରି ଗତ ଡିସେମ୍ବରରେ ନୀତି ବିଭ୍ରାଟ୍‌ ଓ କାର୍ଯ୍ୟାନୁଷ୍ଠାନ ନେଇ ୩ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ସେମାନଙ୍କ ଉତ୍ତର […]

Jagannath-Puri-temple-123

Manoranjan Sial
  • Published: Friday, 20 December 2019
  • , Updated: 20 December 2019, 06:28 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ଦେଇ ଜାନୁଆରୀ ୮ ତାରିଖରେ ଶୁଣାଣି ହେବ। ଏହା ପୂର୍ବରୁ ଅର୍ଥାତ ଜାନୁଆରୀ ୨ ତାରିଖରେ ଶ୍ରୀମନ୍ଦିର ସଂସ୍କାର ନେଇ ସମସ୍ତ ରିପୋର୍ଟ ଦାଖଲ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ବିଶେଷ କରି ଗତ ଡିସେମ୍ବରରେ ନୀତି ବିଭ୍ରାଟ୍‌ ଓ କାର୍ଯ୍ୟାନୁଷ୍ଠାନ ନେଇ ୩ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ସେମାନଙ୍କ ଉତ୍ତର ମିଳିବା ପରେ ଆସନ୍ତା ଜାନୁଆରୀ ୪ ତାରିଖରେ ମନ୍ଦିର ପ୍ରଶାସନରେ ଶୁଣାଣି ହେବ। ରତ୍ନଭଣ୍ଡାରର ଆକଳନ ତଥ୍ୟର ପୂର୍ବ ରେକର୍ଡ ଓ ବର୍ତ୍ତମାନ ଦାନ ସୂତ୍ରରେ ଆସୁଥିବା ସୁନାରୁପା ଟଙ୍କା ସବୁର ତଥ୍ୟ ଦିଆଯିବ। ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଉନ୍ନତୀକରଣ ପାଇଁ ଆର୍କିଟେକ୍‌ଙ୍କୁ ନିଯୁକ୍ତି ଦିଆଯିବ। ମଠର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ମହାପ୍ରଭୁଙ୍କ ନାଁରେ ରହିବ। ଉଚ୍ଛେଦ ହୋଇଥିବା ଘରୋଇ ପ୍ଲଟ୍‌କୁ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରୁ ସୂଚନା ମିଳିଛି।

ମାଟିତୋଟାରେ ୧୫ ଏକର ଜାଗାରେ ଆଦର୍ଶ ଗୁରୁକୂଳ ସହ ଭକ୍ତ ନିବାସ ହେବ। ଏଥିରେ ୧୦୦୦ ରୁମ୍‌ର ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଭିତରେ ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍‌ କରାଯାଇ ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁମୋଦନ ପାଇଁ ଦିଆଯିବ। ଆନନ୍ଦବଜାର ଓ ରୋଷଘର ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ନିୟମାବଳୀ। ମହାପ୍ରସାଦର ରେଟ୍‌ ଚାର୍ଟ ମଧ୍ୟ ଲଗାଯିବ। ଶ୍ରୀମନ୍ଦିରର ଷାଠିଏ ହଜାର ଏକର ଜମିକୁ ଲ୍ୟାଣ୍ଡ ସବ୍‌କମିଟି ଜରିଆରେ ତାଲିକା ଭୁକ୍ତକରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯିବ। ଏପଟେ ଶ୍ରୀମନ୍ଦିର ଭିତରେ ଉନ୍ନତି କରଣ ପାଇଁ ସ୍ୱତନ୍ତ୍ର ପ୍ଲାନ୍‌ କରି ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁମୋଦନ ପାଇଁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।

ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ପରିଚାଳନା କମିଟି ସଦସ୍ୟ ଓ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Related story