ବାହାଘର ଭୋଜି ପାଇଁ କିଣାଯାଇଥିଲା ୧୧ ଖାସି, ରାତିରେ ଚୋରି ହୋଇଗଲା

ଛେଳି

Goat

Goat

Manoranjan Sial
  • Published: Thursday, 10 February 2022
  • Updated: 10 February 2022, 05:54 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଅ ବାହାଘରରେ ମାଂସ ଭୋଜି ଦେବା ପାଇଁ କିଣାଯାଇଥିଲା ଖାସି। ହେଲେ ରାତିରେ ଚୋରି କରିନେଲେ ଚୋର। ହେଲେ ଗୋଟିଏ ଦୁର୍ବଳିଆ ଖାସି ଛାଡ଼ି ପଳାଇଗଲେ। ଏପରି ଖବର ଆସିଛି ବଲାଙ୍ଗିର ଟାଉନ୍‌ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଖାସି ଚୋରି ହେବାପରେ ଚିନ୍ତାରେ ପଡ଼ି ଯାଇଛନ୍ତି ପରିବାର ଲୋକ।

ସଦର ଥାନା କନ୍ଧପାଲି ପଡ଼ାର ଶତୃଘ୍ନ ବଗର୍ତ୍ତିଙ୍କ ମଝିଆ ପୁଅ ଶିବୁଙ୍କ ବାହାଘର ଆସନ୍ତା ୧୧ ତାରିଖରେ ହୋଇଥାଆନ୍ତା। ଆଉ ୧୨ ତାରିଖରେ ଭୋଜି ଆୟୋଜନ କରାଯାଇ ଥାଆନ୍ତା। ବନ୍ଧୁବାନ୍ଧବ ଓ ପରିଜନଙ୍କୁ ଆପାୟିତ କରିବା ପାଇଁ ମାଂସ ଭୋଜି ଦେବାର ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ଧାର ଉଧାର କରି ପ୍ରାୟ ଦେଢ ଲକ୍ଷ ଟଙ୍କାରେ ୧୧ଟି ଖାସି କିଣିଥିଲେ ଶତୃଘ୍ନ।

କିଣା ଯାଇଥିବା ଖାସି ଗୁଡ଼ିକୁ ଘର ନିକଟରେ ଥିବା ଏକ ଷ୍ଟୋର୍‌ ରୁମ୍‌ରେ ରଖି ତାଲା ପକାଇ ଦେଇଥିଲେ। ତେବେ ୮ ତାରିଖ ବିଲମ୍ୱିତ ରାତିରେ ଚୋରମାନେ ତାଲା ଭାଙ୍ଗି ‍୧୧ଟିରୁ ୧୦ଟି ଖାସିକୁ ନେଇଯାଇଛନ୍ତି। ତେବେ ଗୋଟିଏ ଖାସିକୁ ପତଳା ଝାଡ଼ା ହେଉଥିବାରୁ ଚୋରମାନେ ତାକୁ ନେଇନାହାନ୍ତି। ବୁଧବାର ସକାଳେ ଘର ତାଲା ଭଙ୍ଗା ଯାଇଥିବା ଦେଖି ହତବାକ ହୋଇଯାଇଥିଲେ ଶତୃଘ୍ନ। ଏନେଇ ସେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଚୋରି ହୋଇଥିବା ଖାସିର ପତ୍ତା ପାଇନାହିଁ।

ସେପଟେ ଦୁଇ ଦିନ ପରେ ଭୋଜି ଆୟୋଜନ ହେବ। ହେଲେ ଆଜି ପର୍ଯ୍ୟନ୍ତ ଚୋରି ହୋଇଥିବା ଛେଳିର ପତ୍ତା ପାଉନି ପୁଲିସ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଶତୃଘ୍ନଙ୍କ ପରିବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story