ନାଗାର୍ଜୁନ ବେଶ ପୂର୍ବରୁ ଖୋଲିବ କି ଶ୍ରୀମନ୍ଦିର?

କଟକ (ଓଡ଼ିଶା ରିପୋର୍ଟର): ନାଗାର୍ଜୁନ ବେଶ ବେଳକୁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ? ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣୀ ଅବସରରେ ହାଇକୋର୍ଟ ଏହା କହିଛନ୍ତି। ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଏକ ବିରଳ ବେଶ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗ ୨୫ ବର୍ଷରେ ଥରେ ମିଳିଥାଏ। ଏ ସବୁକୁ ଦୃଷ୍ଟିରେ ରଖି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ […]

Orissa High Court

Orissa High Court

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 07:02 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ନାଗାର୍ଜୁନ ବେଶ ବେଳକୁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ? ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣୀ ଅବସରରେ ହାଇକୋର୍ଟ ଏହା କହିଛନ୍ତି।

ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଏକ ବିରଳ ବେଶ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗ ୨୫ ବର୍ଷରେ ଥରେ ମିଳିଥାଏ। ଏ ସବୁକୁ ଦୃଷ୍ଟିରେ ରଖି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଆଜିର ଶୁଣାଣୀରେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଆବେଦନ କରାଗଲେ ଖଣ୍ଡପୀଠ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି।

ସମସ୍ତ ଧର୍ମାନୁଷ୍ଠନ ଖୋଲିବା ପ୍ରସଙ୍ଗରେ ସରକାର ଦାଖଲ କରିଥିବା ଜବାବରେ ଶ୍ରୀମନ୍ଦିର ଗର୍ଭଗୃହ ରାସ୍ତା ସଂକ୍ରିଣ ହୋଇଥିବାରୁ ଭିଡ଼ ନିୟନ୍ତ୍ରଣ କରିବା ସମ୍ଭବପର ନୁହଁ ବୋଲି ଦର୍ଶାଯାଇଛି। ଏଥିସହ ରାଜ୍ୟର ସମସ୍ତ ଛୋଟ ବଡ଼ ଧର୍ମାନୁଷ୍ଠନରେ ସୁରକ୍ଷା ଯୋଗାଇବା କଷ୍ଟକର ବ୍ୟାପାର ବୋଲି ଜବାବରେ ଉଲ୍ଲେଖ ରହିଛି। ସରକାରଙ୍କ ଜବାବ ଆଧାରରେ ପ୍ରତିଜବାବ ଦଖଲ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାର୍ଗଜୁନ ବେଶ ସମୟରେ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗରେ ଆବେଦନକାରୀ ପ୍ରତି ଜବାବରେ କୋର୍ଟ ନିଷ୍ପତି ନେବେ ବୋଲି କହିଛନ୍ତି।

ଅପରପଟେ କାକଟପୁର ମା’ ମଙ୍ଗଳା ଓ କେନ୍ଦ୍ରପଡା ବଳଦେବଜିଉ ମନ୍ଦିର ଖୋଲିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ ଏନେଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସେହିପରି ଏହି ଦୁଇ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରସଙ୍ଗରେ ଦେବତ୍ତର କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos