ପଦ୍ମପୁର ଗସ୍ତ ପୂର୍ବରୁ କୁଲତା ଓ ଭୁଲିଆ ସମାଜକୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ ପଦ୍ମପୁର ଗସ୍ତରେ ଯିବା ପୂର୍ବରୁ କୁଲତା ଓ ଭୁଲିଆ ସମାଜର ଭୋଟରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେଇଛନ୍ତି । ତେବେ ଉପନିର୍ବାଚନ ପାଇଁ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ୱେଏହି ଦୁଇ ସମାଜକୁ ପ୍ରଭାବିତ କରିବା ଭଳି ସରକାରୀ ନିଷ୍ପତ୍ତି କିଭଳି ନିଆଯାଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା […]

Naveen

Ordigital Desk
  • Published: Wednesday, 30 November 2022
  • , Updated: 30 November 2022, 10:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ ପଦ୍ମପୁର ଗସ୍ତରେ ଯିବା ପୂର୍ବରୁ କୁଲତା ଓ ଭୁଲିଆ ସମାଜର ଭୋଟରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେଇଛନ୍ତି । ତେବେ ଉପନିର୍ବାଚନ ପାଇଁ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ୱେଏହି ଦୁଇ ସମାଜକୁ ପ୍ରଭାବିତ କରିବା ଭଳି ସରକାରୀ ନିଷ୍ପତ୍ତି କିଭଳି ନିଆଯାଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, କୁଲତା ସମାଜର ପ୍ରତିନିଧିମାନେ ଗତ ୨୮ତାରିଖରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁରୀରେ ସେମାନଙ୍କ ରହଣୀ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଧର୍ମଶାଳା ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଅନୁରୋଧ ରକ୍ଷା କରି ପୁରୀ ଜିଲ୍ଲା ପ୍ରଶାସନକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପୁରୀର ସୁନାମୁହିଁ ମୌଜାରେ ଗୋଟିଏ ଏକର ଜମି ଧର୍ମଶାଳା ନିର୍ମାଣ ପାଇଁ ଯୋଗାଇ ଦିଆଯାଇଛି । ଏହାସହିତ ସ୍ପେଶାଲ ପ୍ରୋବ୍ଲେମ୍ ଫଣ୍ଡରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୩କୋଟି ଟଙ୍କା ଏହି ଧର୍ମଶାଳା ନିମନ୍ତେ ମଞ୍ଜୁର କରିଛନ୍ତି ।

ସେହିପରି ମେହେର ସମାଜ(ଭୁଲିଆ)ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ୨୮ତାରିଖରେ ଭେଟି ସେମାନଙ୍କ ରହଣୀ ପାଇଁ ଭୁବନେଶ୍ୱରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଏକ ଭବନ ନିର୍ମାଣ ଓ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରିବା ନିମନ୍ତେ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି । ଯେଉଁଥିରେ ସ୍ୱଭାବ କବି ଗଙ୍ଗାଧର ମେହେର ଭବନ ନିର୍ମାଣ ହେବ ଓ ଏହି ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ମଧ୍ୟ ୩କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର ପାଇଁ ୨ତାରିଖରେ ପଦ୍ମପୁର ଯିବାର ମାତ୍ର ୪୮ଘଣ୍ଟା ପୂର୍ବରୁ ସରକାରୀସ୍ତରରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକି ପଦ୍ମପୁରରେ କୁଲତା ଓ ଭୁଲିଆ ସମାଜର ଭୋଟରଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଜାରି ରହିଥିବାବେଳେ ଖୋଲାଖୋଲି ଭାବେ ଏହି ଦୁଇ ସମାଜ(ପଦ୍ମପୁର ନିର୍ବାଚନମଣ୍ଡଳୀରେ ଏକ ବଡ଼ ଭୋଟବ୍ୟାଙ୍କ ଏହି ବର୍ଗର ରହିଛି)କୁ ପ୍ରଭାବିତ କରାଯାଉଛି , ଏବଂ ଅନ୍ୟ ରାଜନୀତିକ ଦଳଗୁଡ଼ିକ କିପରି ଚୁପ୍ ହୋଇ ବସିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଦୁଇ ସମାଜଙ୍କ ଦାବିକୁ ଉପନିର୍ବାଚନ ପ୍ରକ୍ରିୟା ଶେଷ ପରେ ମୁଖ୍ୟମନ୍ତ୍ରୀ ପୂରଣ କରିପାରିଥାନ୍ତେ, କିନ୍ତୁ ପଦ୍ମପୁରକୁ ପ୍ରଚାରକୁ ଯିବା ପୂର୍ବରୁ ସରକାରୀ ଭାବେ ଏହି ଘୋଷଣାକୁ ନେଇ ପ୍ରଶ୍ନ ଉଠିଛି ।

Related story