5-T ତୁଚ୍ଛାକୁ: ବ୍ଲକରେ ଚାଲିଛି ପିସି କାରବାର, ଅଭିଯୋଗ ଆଣିଲା ସରପଞ୍ଚ ସଂଘ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): 5-T ଶାସନ ସତ୍ତ୍ୱେ ରାଜ୍ୟରେ ପିସି କାରବାର ରୋକାଯାଇ ପାରୁନାହିଁ। କ୍ୟାନ୍‌ସର ଭଳିଆ ପିସି କାରବାର ମାଡ଼ି ଚାଲିଛି। ଆଉ ଏ ସବୁ କାରବାରରେ ଲିପ୍ତ ରହୁଛନ୍ତି ସରକାରୀ ଅଫିସର ଓ କର୍ମଚାରୀ। ଏହି ପିସି କାରବାର ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ମୁହାଁମୁହିଁ ହୋଇଛନ୍ତି ନେତା ଓ ଅଧିକାରୀ। ଏହି ବ୍ଲକ ଅଫିସ୍‌ରେ ପିସି କାରବାର ଚରମସୀମାରେ ପହଞ୍ଚିଛି ବୋଲି ଅଭିଯୋଗ କରିଛି ବେଲପଡ଼ା ବ୍ଲକ ସରପଞ୍ଚ ସଂଘ। ପୂରା […]

Block-Office

  • Published: Saturday, 05 November 2022
  • , Updated: 05 November 2022, 05:01 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): 5-T ଶାସନ ସତ୍ତ୍ୱେ ରାଜ୍ୟରେ ପିସି କାରବାର ରୋକାଯାଇ ପାରୁନାହିଁ। କ୍ୟାନ୍‌ସର ଭଳିଆ ପିସି କାରବାର ମାଡ଼ି ଚାଲିଛି। ଆଉ ଏ ସବୁ କାରବାରରେ ଲିପ୍ତ ରହୁଛନ୍ତି ସରକାରୀ ଅଫିସର ଓ କର୍ମଚାରୀ। ଏହି ପିସି କାରବାର ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ମୁହାଁମୁହିଁ ହୋଇଛନ୍ତି ନେତା ଓ ଅଧିକାରୀ। ଏହି ବ୍ଲକ ଅଫିସ୍‌ରେ ପିସି କାରବାର ଚରମସୀମାରେ ପହଞ୍ଚିଛି ବୋଲି ଅଭିଯୋଗ କରିଛି ବେଲପଡ଼ା ବ୍ଲକ ସରପଞ୍ଚ ସଂଘ।

ପୂରା ଘଟଣାଟି ଏମିତି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଦୁଇଟା। ବେଲପଡା ପଞ୍ଚାୟତର ସରପଞ୍ଚ ତଥା ବ୍ଲକ୍‌ ସରପଞ୍ଚ ସଂଘ ସଭାପତି ହରିଶ ଚନ୍ଦ୍ର ବୁଡେକ ହଠାତ ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ଧସେଇ ପଶିଥିଲେ। ଅଭିଯୋଗ ଅନୁସାରେ ସେ କୁଆଡ଼େ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ତା’ସହିତ ଭଙ୍ଗାରୁଜୁ କରିଥିଲେ। ବିଡିଓଙ୍କ ପାଖରେ ଏନେଇ ଯନ୍ତ୍ରୀମାନେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ବେଲପଡା ବ୍ଲକ୍‌ ସରପଞ୍ଚ ସଂଘ ସଭାପତି ହରିଶ ଚନ୍ଦ୍ର ବୁଡେକଙ୍କ ନାଁରେ ବିଡିଓ ଭିକ୍ଟୋର ସରେଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା।

ଅନ୍ୟପକ୍ଷରେ ବେଲପଡା ସରପଞ୍ଚ ସଂଘ ତରଫରୁ ଆଜି ବିଡିଓ, ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ବ୍ଲକରେ ପିସି କାରବାର ଚାଲିଥିବା ଏଫ୍‌ଆଇଆର୍‌ରେ ଦର୍ଶା ଯାଇଛି। ୫ ପ୍ରତିଶତ ବଦଳରେ ଅଧିକ ପିସି ମଗା ଯାଉଛି। ପ୍ରତିବାଦ କରିବାରୁ ଧମକ ଚମକ ଦେଇ ପୁଲିସର ଭୟ ଦେଖାଉଥିବା ନେଇ ଅଭିଯୋଗ କରିଛି ସରପଞ୍ଚ ସଂଘ। ସରପଞ୍ଚ ସଂଘର କର୍ମକର୍ତ୍ତାମାନେ ଆଜି ଥାନା ଘେରାଉ କରିବା ସହିତ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସରପଞ୍ଚ ସଂଘ କରିଥିବା ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିନାହିଁ।

ଗତ ଦୁଇ ଦିନ ଧରି ନେତା ଓ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଏନେଇ ଦୁଇ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍‌ ବିଡିଓଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଚୁପ୍‌ ବସିଛି। ବର୍ତ୍ତମାନ ସୁଦ୍ଧା ସରପଞ୍ଚ ସଂଘର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇନାହିଁ। ଏପରିକି ଏନେଇ ପୁଲିସ୍‌ କୌଣସି ପ୍ରତିକ୍ରିୟା ଦେଉନାହିଁ। ସେପଟେ ପୂରା ଘଟଣାକୁ ନେଇ ନେଇ ବିଡିଓଙ୍କଠୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ କେହି ମୁହଁ ଖୋଲୁନାହାନ୍ତି।

Related story