ଧରାପଡ଼ିଲା ଆଇପିଏଲ୍ ବେଟିଂ ଗ୍ୟାଙ୍ଗ୍, ବ୍ରହ୍ମପୁରରୁ ଦୁବାଇ ଲିଙ୍କ୍

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଏକ ଆଇପିଏଲ୍‌ ବେଟିଂ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୁଲିସ୍। କିଙ୍ଗପିନ୍ ସହ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ହଜାର ଟଙ୍କା ଜବତ କରାଯାଇଛି। ଟଙ୍କା ସହ ମୋଇବାଲ୍ ଓ ଏଟିଏମ୍ କାର୍ଡ ମଧ୍ୟ ଜବତ କରାଯାଇଛି। ଧରାପଡ଼ିଥିବା ଗ୍ୟାଙ୍ଗରେ ଆହୁରି ଲୋକେ ସାମିଲ୍‌ ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୁଲିସ୍ ଡିଆଇଜି ସତ୍ୟବ୍ରତ ଭୋଇ। ଡିଆଇଜିଙ୍କ କହିବା ମୁତାବକ, ବିଭିନ୍ନ ଅନଲାଇନ୍ ଆପ୍ […]

ିୈେ

Ranjit Kumar Jena
  • Published: Friday, 30 October 2020
  • , Updated: 30 October 2020, 01:42 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଏକ ଆଇପିଏଲ୍‌ ବେଟିଂ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୁଲିସ୍। କିଙ୍ଗପିନ୍ ସହ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ହଜାର ଟଙ୍କା ଜବତ କରାଯାଇଛି। ଟଙ୍କା ସହ ମୋଇବାଲ୍ ଓ ଏଟିଏମ୍ କାର୍ଡ ମଧ୍ୟ ଜବତ କରାଯାଇଛି।

ଧରାପଡ଼ିଥିବା ଗ୍ୟାଙ୍ଗରେ ଆହୁରି ଲୋକେ ସାମିଲ୍‌ ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୁଲିସ୍ ଡିଆଇଜି ସତ୍ୟବ୍ରତ ଭୋଇ।

ଡିଆଇଜିଙ୍କ କହିବା ମୁତାବକ, ବିଭିନ୍ନ ଅନଲାଇନ୍ ଆପ୍ ଜରିଆରେ ଆଇପିଏଲ୍ ବେଟିଂ ଚାଲିଥିଲା। ଏହାଛଡ଼ା ବେଟିଂ ପାଇଁ ଅନେକ ୱେବସାଇଟ୍‌ ମଧ୍ୟ ଅଛି। ତେବେ ବେଟିଂର ଚେର କୋଲକାତା, ମୁମ୍ବାଇ ଓ ଦିଲ୍ଲୀକୁ ଲମ୍ବିଥିବା କହିଛନ୍ତି ଡିଆଇଜି।

Related story