ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରୋକିବାକୁ କୋଭିଡ୍‌ ବାହାନା! ଆମ୍ୱୁଲାନ୍ସରେ ଗଲେ ୬ ସମିତି ସଭ୍ୟ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରୋକିବାକୁ ହୋଇଛି କି କୋଭିଡ୍‌ ବାହାନା? ଏପରି କହିବାର କାରଣ ହେଉଛି, ୬ ସମିତି ସଭ୍ୟ ବ୍ଲକ ଅଫିସ୍‌ରେ ପଶିଲା ବେଳେ ସୁସ୍ଥ ଥିଲେ। ଦୁଇ ଘଣ୍ଟା ପରେ ବାହାରି ଅସୁସ୍ଥ ହୋଇପଡ଼ିଥିବା କହିଲେ। ଆଉ ପ୍ରଶାସନ ତତ୍ପରତା ଦେଖାଇ ସେମାନଙ୍କ କୋଭିଡ୍‌ ଟେଷ୍ଟ କରି ପଜିଟିଭ୍‌ ଦର୍ଶାଇଛି! ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ପ୍ରକୃତରେ ସେମାନଙ୍କୁ କୋଭିଡ୍‌ ହୋଇଛି ନା ଏହା ପଛରେ ଅନ୍ୟ କିଛି କେଁ […]

Ganjam

Ganjam

Manoranjan Sial
  • Published: Saturday, 12 March 2022
  • Updated: 12 March 2022, 09:10 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରୋକିବାକୁ ହୋଇଛି କି କୋଭିଡ୍‌ ବାହାନା? ଏପରି କହିବାର କାରଣ ହେଉଛି, ୬ ସମିତି ସଭ୍ୟ ବ୍ଲକ ଅଫିସ୍‌ରେ ପଶିଲା ବେଳେ ସୁସ୍ଥ ଥିଲେ। ଦୁଇ ଘଣ୍ଟା ପରେ ବାହାରି ଅସୁସ୍ଥ ହୋଇପଡ଼ିଥିବା କହିଲେ। ଆଉ ପ୍ରଶାସନ ତତ୍ପରତା ଦେଖାଇ ସେମାନଙ୍କ କୋଭିଡ୍‌ ଟେଷ୍ଟ କରି ପଜିଟିଭ୍‌ ଦର୍ଶାଇଛି! ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ପ୍ରକୃତରେ ସେମାନଙ୍କୁ କୋଭିଡ୍‌ ହୋଇଛି ନା ଏହା ପଛରେ ଅନ୍ୟ କିଛି କେଁ ରହିଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ୧୮ ସମିତି ସଭ୍ୟ ଅଛନ୍ତି। ଆଜି ଅଧ୍ୟକ୍ଷ ନିର୍ବାଚନ ଥିବାରୁ ସବୁ ସମିତି ସଭ୍ୟମାନେ ବ୍ଲକ୍‌ କାର୍ଯ୍ୟାଳୟ ଆସିଥିଲେ। ଛକାପଞ୍ଝା ଭିତରେ ସାଢ଼େ ୧୦ଟା ବେଳେ ବିଧାୟକଙ୍କ ଗୋଷ୍ଠୀର ୬ ସମିତି ସଭ୍ୟ ବ୍ଲକ୍‌ କାର୍ଯ୍ୟାଳୟରେ ପଶିଥିଲେ। ପ୍ରାୟ ସାଢ଼େ ୧୨ଟା ବେଳେ ବ୍ଲକ୍‌ ଅଫିସ୍‌ରୁ ବାହାରିଲେ ୬ ସମିତି ସଭ୍ୟ। ଆଉ କହିଲେ- ଦେହ ଭଲ ଲାଗୁନି, କୋଭିଡ୍‌ ଟେଷ୍ଟ କରିବୁ।

୬ ସମିତି ସଭ୍ୟ ଏପରି କହିବା ପରେ ପ୍ରଶାସନ ସେମାନଙ୍କର କୋଭିଡ୍‌ ଟେଷ୍ଟ କରିଥିଲା। ଆଉ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସେମାନଙ୍କୁ ସଙ୍ଗେସଙ୍ଗେ ଏକ ଆମ୍ୱୁଲାନ୍ସରେ କେଉଁଆଡେ ନିଆଯାଇଛି। ବର୍ତ୍ତମାନ ସେମାନେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ନା ଘରେ ସଙ୍ଗରୋଧରେ ଅଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ବିଧାୟକଙ୍କ ଗୋଷ୍ଠୀର ୬ ସମିତି ସଭ୍ୟ କୋଭିଡ୍‌ରେ ଆକ୍ରାନ୍ତ ହେବା ନେଇ ପ୍ରଚାରିତ ହେବା ପରେ ଅପର ପକ୍ଷ ଗୋଷ୍ଠୀ ବିଜୟୀ ହେବେ ବୋଲି ଭାବିଥିଲେ। କାରଣ ସେମାନଙ୍କ ପାଖରେ ୧୨ ଜଣ ସମିତି ସଭ୍ୟ ଥିବାରୁ ଅଧ୍ୟକ୍ଷ ପଦ ହାତେଇବେ ବୋଲି ଭାବିଥିଲେ। ହେଲେ ସେମାନଙ୍କର ଏହି ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା। କାରଣ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ନିର୍ବାଚନକୁ ବାତିଲ କରିଥିଲେ। ଏହା ପରେ ବ୍ଲକ ଅଫିସ୍‌ ଆଗରେ ହୋ-ହଲ୍ଲା ହୋଇଥିଲା। କାହିଁକି ନିର୍ବାଚନ ବାତିଲ କରାଗଲା ବୋଲି ପ୍ରଶ୍ନ କରିଥିଲେ। ସେମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ।

ଆଲୋଚନା ହେଉଛି, ଛତ୍ରପୁର ବ୍ଲକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ବିଧାୟକଙ୍କ ଗୋଷ୍ଠୀ ପାଖରେ ୬ ସମିତି ସଭ୍ୟ ଥିବା ବେଳେ ଅପର ଗୋଷ୍ଠୀ ପାଖରେ ୧୨ ରହିଛନ୍ତି। ପାଖରେ ସଂଖ୍ୟ ନଥିବା ସତ୍ତ୍ୱେ ବିଧାୟକଙ୍କ ଗୋଷ୍ଠୀ ଚାହୁଁଥିଲେ ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ। ଯେଉଁଥିପାଇଁ କୋଭିଡ୍‌ ଟେଷ୍ଟର ନାଟକ କରାଯାଇଥିବା ଅପର ଗୋଷ୍ଠୀ ଅଭିଯୋଗ କରିଛନ୍ତି।

ସମଗ୍ର ରାଜ୍ୟରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେଉଛି। ହେଲେ କେଉଁ ବି କୋଭିଡ୍‌ ଟେଷ୍ଟ କରାଯାଉ ନାହିଁ। ତାହାହେଲେ ଛତ୍ରପୁରରେ କାହିଁକି କୋଭିଡ୍‌ ଟେଷ୍ଟ କରାଯାଇଛି? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story