ଭବାନୀପାଟଣା: ୬ଦିନରେ ପହଞ୍ଚିଲା ସର୍ଦ୍ଦାର ରାଜା ମେଡ଼ିକାଲ୍ କଲେଜର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସ୍ଥିତ ସର୍ଦ୍ଦାର ରାଜା ମେଡ଼ିକାଲ୍ କଲେଜରେ ଆବଶ୍ୟକ ଭିତ୍ତିଭୂମି ପୂରଣ ଏବଂ ଖାଲିଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ପଦବୀ ପୂରଣ ଦାବି ନେଇ ଜାରି ରହିଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗତକାଲି ଏହି ଆନ୍ଦୋଳନରେ ବିଜେପି, କଂଗ୍ରେସ, ଜିଲ୍ଲା ଓକିଲ ସଂଘ, ବଣିକ ସଂଘ ଏବଂ କଳାହାଣ୍ଡି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ ନେଇଛନ୍ତି। […]

kalahandi

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 02:17 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସ୍ଥିତ ସର୍ଦ୍ଦାର ରାଜା ମେଡ଼ିକାଲ୍ କଲେଜରେ ଆବଶ୍ୟକ ଭିତ୍ତିଭୂମି ପୂରଣ ଏବଂ ଖାଲିଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ପଦବୀ ପୂରଣ ଦାବି ନେଇ ଜାରି ରହିଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗତକାଲି ଏହି ଆନ୍ଦୋଳନରେ ବିଜେପି, କଂଗ୍ରେସ, ଜିଲ୍ଲା ଓକିଲ ସଂଘ, ବଣିକ ସଂଘ ଏବଂ କଳାହାଣ୍ଡି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ ନେଇଛନ୍ତି। ୭ଦିନ ଭିତରେ ଦାବି ପୂରଣ ନ ହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି କହିଛି, ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀ କଲେଜର ମାନ୍ୟତା ଦାବିରେ ଆଗାମୀ ଦିନରେ ଆନ୍ଦୋଳନ କରିବ।

 

Related story