ବାପ ଓ ପୁଅ ଲୁଟେରା ଗିରଫ, ୩୨ ଏଟିଏମ୍‌ ଜବତ

ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସ ବାପ ଓ ପୁଅ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୨ଟି ଏଟିଏମ୍‌ କାର୍ଡ଼ ଓ ନଗଦ ୪୨,୯୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ ଜିଲ୍ଲା ମହାଙ୍ଗା ଥାନାର ଶତ୍ରୁଘ୍ନ ମଲ୍ଲିକ ଓ ତାଙ୍କ ପୁଅ ଶ୍ରୀକାନ୍ତ। ଗତ ୨୪ ତାରିଖରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଜଣେ ମହିଳାଙ୍କ ଏଟିଏମ୍‌କୁ ଏମାନେ ଲୁଟି ନେଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ […]

bhadrak lootera

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 08:29 PM IST

ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସ ବାପ ଓ ପୁଅ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୨ଟି ଏଟିଏମ୍‌ କାର୍ଡ଼ ଓ ନଗଦ ୪୨,୯୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ ଜିଲ୍ଲା ମହାଙ୍ଗା ଥାନାର ଶତ୍ରୁଘ୍ନ ମଲ୍ଲିକ ଓ ତାଙ୍କ ପୁଅ ଶ୍ରୀକାନ୍ତ।

ଗତ ୨୪ ତାରିଖରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଜଣେ ମହିଳାଙ୍କ ଏଟିଏମ୍‌କୁ ଏମାନେ ଲୁଟି ନେଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ବାପ ଓ ପୁଅ ଯାଜପୁର, କଟକ, ପୁରୀ, ସମ୍ୱଲପୁର ଓ ଗଞ୍ଜାମ ଅଞ୍ଚଳରେ ଲୁଟ୍‌ କରିଥିବା ପୋଲିସ୍‌ ହୋଇଛି।

Related story