ଭଦ୍ରକରେ କର୍ଫ୍ୟୁ ହଟିଲା: ସ୍ୱାଭାବିକ ହେଲା ଜୀବନଯାତ୍ରା

ଭଦ୍ରକ: ଭଦ୍ରକରେ କର୍ଫ୍ୟୁ କୋହଳ ହୋଇଛି। ଦୀର୍ଘ ୩୫ ଦିନ ପରେ ଭଦ୍ରକ ସହରରୁ ସମ୍ପୂର୍ଣ୍ଣ କର୍ଫ୍ୟୁ କୋହଳ କରାଯାଇଛି। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇନଥିବାରୁ ନିୟମିତ କର୍ଫ୍ୟୁ ହଟା ଯାଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାଶ କହିଛନ୍ତି। କର୍ଫ୍ୟୁ କୋହଳ ହେବା ପରେ ଭଦ୍ରକ ବାସିନ୍ଦା ଆଶ୍ୱସ୍ତି ଅନୁଭବ କରିଛନ୍ତି। କର୍ଫ୍ୟୁ ହଟିବା ପରେ ଭଦ୍ରକ ସହରରେ ଜନଜୀବନ ସାମାନ୍ୟ ହୋଇଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି। ନିର୍ଦ୍ଦେଶନାମା ଅନୁସାରେ ରାତି ୧୦ଟାରୁ […]

BHADRAK-TOWN-1-718x430

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 04:53 PM IST

ଭଦ୍ରକ: ଭଦ୍ରକରେ କର୍ଫ୍ୟୁ କୋହଳ ହୋଇଛି। ଦୀର୍ଘ ୩୫ ଦିନ ପରେ ଭଦ୍ରକ ସହରରୁ ସମ୍ପୂର୍ଣ୍ଣ କର୍ଫ୍ୟୁ କୋହଳ କରାଯାଇଛି। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇନଥିବାରୁ ନିୟମିତ କର୍ଫ୍ୟୁ ହଟା ଯାଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାଶ କହିଛନ୍ତି। କର୍ଫ୍ୟୁ କୋହଳ ହେବା ପରେ ଭଦ୍ରକ ବାସିନ୍ଦା ଆଶ୍ୱସ୍ତି ଅନୁଭବ କରିଛନ୍ତି। କର୍ଫ୍ୟୁ ହଟିବା ପରେ ଭଦ୍ରକ ସହରରେ ଜନଜୀବନ ସାମାନ୍ୟ ହୋଇଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି। ନିର୍ଦ୍ଦେଶନାମା ଅନୁସାରେ ରାତି ୧୦ଟାରୁ ସକାଳ ୫ଟା ପଯର୍ୟନ୍ତ କର୍ଫ୍ୟୁ କଟକଣା ଜାରି କରାଯାଇଥିଲା। ସୋସିଆଲ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ କିଛି ଦିନ ଧରି ଅଶାନ୍ତ ରହିଥିଲା।

Related story