ଭଦ୍ରକ ଛାତ୍ରୀ ଆତ୍ମହତ୍ୟା ଘଟଣା: ୨୪ଦିନ ପରେ ବି ପୋଲିସ ନିରବ

ଭଦ୍ରକ: ନିର୍ଯାତନା ସହି ନ ପାରି ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପାରମିତା ବେହେରା ଆତ୍ମହତ୍ୟା କରିବା ଘଟଣାରେ ଏତଲା ଦିଆଯିବାର ୨୪ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ତାଙ୍କ ବାପା ଅଭିଯୋଗ ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ୧୧ ତାରିଖରେ ଡିପିଏସ ବିଦ୍ୟାପୀଠରୁ ପ୍ରଜ୍ଞା ଘରକୁ ଫେରିବା ପରେ ସ୍କୁଲ ୟୁନିଫର୍ମରେ ଆତ୍ମହତ୍ୟା କରିଥିଲେ। ଘଟଣା ଦିନ […]

bhadrak

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 11:49 AM IST

ଭଦ୍ରକ: ନିର୍ଯାତନା ସହି ନ ପାରି ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପାରମିତା ବେହେରା ଆତ୍ମହତ୍ୟା କରିବା ଘଟଣାରେ ଏତଲା ଦିଆଯିବାର ୨୪ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ତାଙ୍କ ବାପା ଅଭିଯୋଗ ହୋଇଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ଡିସେମ୍ବର ୧୧ ତାରିଖରେ ଡିପିଏସ ବିଦ୍ୟାପୀଠରୁ ପ୍ରଜ୍ଞା ଘରକୁ ଫେରିବା ପରେ ସ୍କୁଲ ୟୁନିଫର୍ମରେ ଆତ୍ମହତ୍ୟା କରିଥିଲେ। ଘଟଣା ଦିନ ପ୍ରଜ୍ଞାଙ୍କୁ ତାଙ୍କ ସ୍କୁଲରେ ଶ୍ରେଣୀ ଶିକ୍ଷକ ଏବଂ ଅଧ୍ୟକ୍ଷଙ୍କ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ତାଙ୍କ ସ୍କୁଲ ଡାଏରିରେ ଅଭିଭାବକଙ୍କ ଉଦ୍ଦେଶ୍ୟରେ କଡ଼ା ଟିପ୍ପଣୀ ମଧ୍ୟ ଲେଖାଯାଇଥିଲା। ଏଥିପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଶ୍ରେଣୀ ଶିକ୍ଷକ ଦାୟୀ ବୋଲି ଦର୍ଶାଇ ପ୍ରଜ୍ଞାଙ୍କ ବାପା ରତିକାନ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା କରିଥିଲେ। ଏହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story