ଭଦ୍ରକ କଲେଜରେ ଉତ୍ତେଜନା: ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭଦ୍ରକ: ଭଦ୍ରକ କଲେଜରେ ଉତ୍ତେଜନା ଦେଖାଦେଇଛି। ଜଣେ ଛାତ୍ରଙ୍କୁ ଅଣଛାତ୍ର ପିଟିବା ଘଟଣା ପ୍ରତିବାଦରେ ଆଜି କଲେଜ ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ମାଡ଼ ଖାଇଥିବା ଛାତ୍ରଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଗତକାଲି କଲେଜ ଗେଟ୍ ବାହାରେ ଜଣେ ଛାତ୍ରଙ୍କୁ ଅଣଛାତ୍ର ପିଟି ଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇ ଦେଇଛନ୍ତି।

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 01:30 PM IST

ଭଦ୍ରକ: ଭଦ୍ରକ କଲେଜରେ ଉତ୍ତେଜନା ଦେଖାଦେଇଛି। ଜଣେ ଛାତ୍ରଙ୍କୁ ଅଣଛାତ୍ର ପିଟିବା ଘଟଣା ପ୍ରତିବାଦରେ ଆଜି କଲେଜ ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ମାଡ଼ ଖାଇଥିବା ଛାତ୍ରଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ଗତକାଲି କଲେଜ ଗେଟ୍ ବାହାରେ ଜଣେ ଛାତ୍ରଙ୍କୁ ଅଣଛାତ୍ର ପିଟି ଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇ ଦେଇଛନ୍ତି।

Related story