ଭଦ୍ରକରୁ ହଟିଲା ୧୪୪ ଧାରା
- Published: Tuesday, 27 March 2018
- , Updated: 27 March 2018, 11:05 AM IST
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଛି। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସନ୍ଧ୍ୟାରୁ ଜିଲ୍ଲା ପ୍ରଶାସନ ୧୪୪ ଲାଗୁ କରିଥିଲା। ତା’ସହ ପୋଲିସ ଛାଉଣୀରେ ପରିଣତ ହୋଇଥିଲା ଭଦ୍ରକ ସହର।</p>
<p>ଏମିତିକି ୨୪ତାରିଖ ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲା ପ୍ରଶାସନ। ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦ୍‌ଭାବନା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା।</p>