ଭଦ୍ରକ ସାଂସଦଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସାଂସଦ ମଣ୍ଡଳ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ଓ ସ୍ଥିର ଅଛି। ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏହି ସହିତ ଯେଉଁମାନେ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତବାସରେ […]

67

67

Jitendra Garnayak
  • Published: Saturday, 22 August 2020
  • Updated: 22 August 2020, 02:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସାଂସଦ ମଣ୍ଡଳ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ଓ ସ୍ଥିର ଅଛି। ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ଏହି ସହିତ ଯେଉଁମାନେ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ଓ ପରୀକ୍ଷା କରାଇ ନେବାକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏ କଥା ଜଣାପଡ଼ିଥିଲା। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos