କୁନି ଝିଅକୁ କାଖେଇ ନେଲା ପୁଲିସ

ଭଦ୍ରକ(ପାର୍ଥସାରଥୀ ନାୟକ): ଛୋଟ ଝିଅଟି। ଫୁଙ୍ଗୁଳା ଦେହ। କେବେ ବାପା-ମାଆଙ୍କ ସହିତ ଯାଇଥିଲା ପ୍ରବାସ। ଲକ୍‌ଡାଉନ୍‌ ପାଇଁ ଆଜି ସେ ଅସହାୟ। ଘରକୁ ଫେରିବା ପାଇଁ ବାପା-ମାଆଙ୍କ ସହ ନିଜର କୁନି ପାଦରେ ଚାଲି ଚାଲି ଯାଉଛି। ପାଦର ଯନ୍ତ୍ରଣା ଓ ପେଟର ଜ୍ୱଳା ସେ ଭୁଲିଗଲା ପରି ଲାଗୁଛି। ଆଜି ସେହି କୁନି ଝିଅଟି ଭଦ୍ରକରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ବୁଲୁଥିଲା। ତାଙ୍କୁ ଜଣେ ମହିଳା ପୁଲିସ କର୍ମଚାରୀ କୋଳକୁ ନେଇ କାଖେଇ ନେଇ […]

bhadrak

bhadrak

Manoranjan Sial
  • Published: Monday, 18 May 2020
  • Updated: 18 May 2020, 04:29 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଛୋଟ ଝିଅଟି। ଫୁଙ୍ଗୁଳା ଦେହ। କେବେ ବାପା-ମାଆଙ୍କ ସହିତ ଯାଇଥିଲା ପ୍ରବାସ। ଲକ୍‌ଡାଉନ୍‌ ପାଇଁ ଆଜି ସେ ଅସହାୟ। ଘରକୁ ଫେରିବା ପାଇଁ ବାପା-ମାଆଙ୍କ ସହ ନିଜର କୁନି ପାଦରେ ଚାଲି ଚାଲି ଯାଉଛି। ପାଦର ଯନ୍ତ୍ରଣା ଓ ପେଟର ଜ୍ୱଳା ସେ ଭୁଲିଗଲା ପରି ଲାଗୁଛି। ଆଜି ସେହି କୁନି ଝିଅଟି ଭଦ୍ରକରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ବୁଲୁଥିଲା। ତାଙ୍କୁ ଜଣେ ମହିଳା ପୁଲିସ କର୍ମଚାରୀ କୋଳକୁ ନେଇ କାଖେଇ ନେଇ ଗେହ୍ଲ କରୁଥିଲେ। ପରେ ତାକୁ ତାଙ୍କ ବାପା-ମାଆଙ୍କ ପାଖରେ ଛାଡ଼ିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।

ପୂରା ଘଟଣା ଏମିତି। ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଗାଡି ଚଳାଚଳ ବନ୍ଦ ରହିଛି। ତେଣୁ ପ୍ରବାସୀମାନେ ଖାଇବାକୁ ନପାଇ ଚାଲି ଚାଲି ଘରକୁ ଫେରୁଛନ୍ତି। ଏପରି ସମୟରେ ଭଦ୍ରକ ପୁଲିସ ଆଗକୁ ଆସିଛି। ଜିଲ୍ଲା ପୁଲିସ ପକ୍ଷରୁ ୧୬ ନମ୍ୱର ଜାତୀୟ ରଜପଥର ଧମରା ରେଲୱେ ଓଭର ବ୍ରିଜ୍‌ ତଳେ ଏକ ଅସ୍ଥାୟୀ କ୍ୟାମ୍ପ କରିଛି। ସେହି ରାସ୍ତା ଦେଇ ଯାଉଥିବା ପ୍ରବାସୀମାନଙ୍କୁ ସେଠାରେ ପ୍ରତିଦିନ ଖାଇବାକୁ ଦିଆଯାଉଛି। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତଙ୍କ ତତ୍ତ୍ୱବଧାନରେ ଏହା ଚାଲିଛି। ଏପରିକି ସେଠାରୁ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି।

ସବୁଦିନ ପରି ଆଜି ବହୁ ପ୍ରବାସୀ ଉକ୍ତ କ୍ୟାମ୍ପକୁ ଖାଇବାକୁ ଆସିଥିଲେ। ସେଥିରୁ ଜଣେ ପ୍ରବାସୀଙ୍କ କୁନି ଝିଅ କ୍ୟାମ୍ପରେ ଘୂରି ବୁଲୁଥିଲା। ଏହା ଦେଖି ଏସ୍‌ପି ଶ୍ରୀ ପଣ୍ଡିତ ପିଲାଟିକୁ ପାଖକୁ ଡାକିଥିଲେ। ପରେ କନ୍‌ଷ୍ଟେବଳ ଗୁନରାଣୀ ଖଟୁଆ ଝିଅକୁ କାଖେଇ ତା’ ବାପା-ମାଆଙ୍କ ପାଖରେ ଛାଡ଼ିଥିଲେ। ଏହି ଦୃଶ୍ୟ ଏବେ ସୋଶାଲ ମିଡ଼ିଆରେ ଘୂରି ବୁଲୁଛି। ତେବେ ପୁଲିସର ଏପରି ବ୍ୟବହାର ପାଇଁ ଅନେକ ପ୍ରବାସୀ ଏବେ ବେସ ଖୁସି ଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos