ଭଦ୍ରକ ପୌର ପରିଷଦର ଆଖପାଖରେ ଲାଗୁ ହେଲା ୧୪୪ ଧାରା

ଭଦ୍ରକ(ଓଡ଼ିଶା ରିପୋର୍ଟର): ଆସନ୍ତା ରାମ ନବମୀ ଅବସରରେ ଭଦ୍ରକ ପୌର ପରିଷଦର ଆଖପାଖରେ ଲାଗୁ ହେଲା ୧୪୪ ଧାରା।  ପୂର୍ବରୁ ୧୪୪ ଧାରା କେବଳ ଭଦ୍ରକ ପୌର ପରିଷଦରେ ସୀମିତ ଥିଲା। ରାମନବମୀ ପୂର୍ବରୁ ସହରରେ ସଦଭାବନା ବଜାୟ ରଖିବା ଓ ସାଂପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଶ୍ରୀରାମ ନବମୀ ଅବସରରେ ଆସନ୍ତାକାଲି ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି […]

bhadrak

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 01:18 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଆସନ୍ତା ରାମ ନବମୀ ଅବସରରେ ଭଦ୍ରକ ପୌର ପରିଷଦର ଆଖପାଖରେ ଲାଗୁ ହେଲା ୧୪୪ ଧାରା।  ପୂର୍ବରୁ ୧୪୪ ଧାରା କେବଳ ଭଦ୍ରକ ପୌର ପରିଷଦରେ ସୀମିତ ଥିଲା। ରାମନବମୀ ପୂର୍ବରୁ ସହରରେ ସଦଭାବନା ବଜାୟ ରଖିବା ଓ ସାଂପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ଶ୍ରୀରାମ ନବମୀ ଅବସରରେ ଆସନ୍ତାକାଲି ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ବର୍ତ୍ତମାନ ୪୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।  ଏହାସହ ୨ କମ୍ପାନୀ OSAF  ଏବଂ ୨ କମ୍ପାନୀ CRPF ଯବାନ ନିୟୋଜିତ କରାଯାଇଛି।

Related story