ପ୍ରବାସୀଙ୍କ ଭଲମନ୍ଦ ବୁଝିଲେ, ତାଙ୍କ ସହ ଖାଇଲେ ଏସ୍‌ପି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭୋକ ଯନ୍ତ୍ରଣାରେ ଆଉଟପାଉଟ ହେଉଥିବା ପ୍ରବାସୀ ଡହ ଡହ ଖରାରେ ପାଦ ଆଗକୁ ବଢ଼ାଇ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି। ବାଟରେ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ପୁଲିସ୍‌ ଆକ୍ରୋଶର ଶିକାର ହେଉଛନ୍ତି। ହେଲେ ଭଦ୍ରକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ। ଏଠାରେ ଖୋଦ ପୁଲିସ୍‌ ପକ୍ଷରୁ ହଜାର ହଜାର ପ୍ରବାସୀଙ୍କୁ ଖାଇବାକୁ ଦିଆଯିବା ସହ ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ […]

sp-1

Niharika Rout
  • Published: Monday, 18 May 2020
  • , Updated: 18 May 2020, 10:23 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭୋକ ଯନ୍ତ୍ରଣାରେ ଆଉଟପାଉଟ ହେଉଥିବା ପ୍ରବାସୀ ଡହ ଡହ ଖରାରେ ପାଦ ଆଗକୁ ବଢ଼ାଇ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି। ବାଟରେ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ପୁଲିସ୍‌ ଆକ୍ରୋଶର ଶିକାର ହେଉଛନ୍ତି। ହେଲେ ଭଦ୍ରକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ।

ଏଠାରେ ଖୋଦ ପୁଲିସ୍‌ ପକ୍ଷରୁ ହଜାର ହଜାର ପ୍ରବାସୀଙ୍କୁ ଖାଇବାକୁ ଦିଆଯିବା ସହ ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଉଛି। ଏପରିକି ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ନିଜେ ଏହାର ତଦାରଖ କରିବା ସହ ପ୍ରବାସୀଙ୍କ ସହ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅପରପକ୍ଷେ ଉକ୍ତ ସ୍ଥାନରେ ଏପଟସେପଟ ହେଉଥିବା ଏକ କୁନି ଝିଅକୁ କାଖେଇ କାଖେଇ ଜଣେ ମହିଳା ପୁଲିସ୍‌ କର୍ମୀ ତା’ ମା’ ପାଖରେ ଛାଡ଼ିବା ଦୃଶ୍ୟ ଏବେ ଭିନ୍ନ କିଛି କାହାଣୀ ବଖାଣୁଛି।

ଓଡ଼ିଶା ସୀମାରେ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ପଞ୍ଚାଇବା ସହ ସେମାନଙ୍କ ଖାଇବା ବ୍ୟବସ୍ଥା କରିବାକୁ ପୁଲିସ୍‌ ଡିଜି କିଛି ଦିନ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଖାଇବା, ପିଇବା ବ୍ୟବସ୍ଥା କରାଯାଉଛି।

ଭଦ୍ରକ ଜିଲ୍ଲା ସୀମା ଦେଇ ଚାଲି ଚାଲି ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଯାଉଥିବା ପ୍ରବାସୀଙ୍କୁ ଅଟକାଇ ଖାଇବାକୁ ଦିଆଯାଉଛି। ଧାମରା ଓଭରବ୍ରିଜ୍‌ ତଳେ ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ହଜାର ହଜାର ପ୍ରବାସୀଙ୍କ ଖାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଖୋଦ ଏସ୍‌ପି ରାଜେଶ ପଣ୍ଡିତ ପହଞ୍ଚି ପ୍ରବାସୀଙ୍କ ଭଲମନ୍ଦ ବୁଝିବା ସହ  ନିଜେ ମଧ୍ୟ ସେମାନଙ୍କ ସହ  ଖାଉଥିବା ଦେଖିବାକୁ ମିଳିଥିଲା।

ଉକ୍ତ ସମୟରେ ଏପଟସେପଟ ହୋଇ ବୁଲୁଥିବା ଏକ କୁନି ଝିଅକୁ ଜନୈକ ମହିଳା ପୁଲିସ୍‌ କର୍ମୀ ଗୁନରାଣୀ ଖଟୁଆ କାଖେଇ କାଖେଇ ତା’ ମା’ ପାଖରେ ଛାଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି।  ଏହି କୁନି ଝିଅ ଟି ତା ପରିବାର ସହ ଯାଉଥିବା ବେଳେ ଭଦ୍ରକ ପୁଲିସ୍‌  ଦ୍ୱାରା ବ୍ୟବସ୍ଥିତ କ୍ୟାମ୍ପରେ  ଏପଟ ସେପଟ ବୁଲୁଥିଲା ।  ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି । ତେବେ ଭଦ୍ରକ ପୁଲିସ୍‌ର ଏହି ବ୍ୟବହାର ପାଇ ଅନେକ ପ୍ରବାସୀ ଏବେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି ।

 

Related story