ଭଦ୍ରକ: ଟ୍ରକ୍-ଅଟୋ ଧକ୍କା, ଜଣେ ମୃତ, ୬ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୈତରଣୀ ବ୍ରିଜ୍ ନିକଟରେ ଆଜି ସକାଳେ ଏକ କୋଇଲା ବୋଝେଇ ଟ୍ରକ୍ ସହିତ ଏକ ଯାତ୍ରୀବାହୀ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ସେକ୍ ହାକି ମୁଦିନ। ଗୁରୁତର ଭାବେ ଆହତ ତିନି ଜଣ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତଙ୍କ ମଧ୍ୟରୁ ଗୋଲାବୁନ ବିବି ନାମକ ଜଣେ ମହିଳାଙ୍କର […]

chandballi-accident

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 11:47 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୈତରଣୀ ବ୍ରିଜ୍ ନିକଟରେ ଆଜି ସକାଳେ ଏକ କୋଇଲା ବୋଝେଇ ଟ୍ରକ୍ ସହିତ ଏକ ଯାତ୍ରୀବାହୀ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ସେକ୍ ହାକି ମୁଦିନ। ଗୁରୁତର ଭାବେ ଆହତ ତିନି ଜଣ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତଙ୍କ ମଧ୍ୟରୁ ଗୋଲାବୁନ ବିବି ନାମକ ଜଣେ ମହିଳାଙ୍କର ହାତ କଟି ଯାଇଛି।

କନିକାର ଉର୍ସ ପର୍ବ ଦେଖି ଗୋଲାଡ଼ିଆ ଗାଁର ୧୦ ଜଣ ବ୍ୟକ୍ତି ଏକ ଅଟୋରେ ଫେରୁଥିବା ବେଳେ ଚାନ୍ଦବାଲି ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ସହିତ ସେମାନଙ୍କର ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ତେବେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କଟକ ନିଆଯିବା ବାଟରେ ସେକ୍ ହାକି ମୁଦିନଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ କଟକ-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ଧରି ଏହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Related story