Advertisment

ପକ୍ଷୀଙ୍କ ପ୍ରେମରେ ବିଦ୍ୟାଧର

ଭଦ୍ରକ(ପାର୍ଥ ସାରଥୀ ନାୟକ): ପକ୍ଷୀଙ୍କର ପ୍ରେମରେ ଡ଼ାକ କର୍ମଚାରୀ ବିଦ୍ୟାଧର। ପଶୁପକ୍ଷୀଙ୍କୁ  ଜୀବନ ସାଥୀ କରିଛନ୍ତି ସେ । ଭଳି କି ଭଳି ଦୁଇ ଶହରୁ ଅଧିକ ପ୍ରକାରର ପକ୍ଷୀ ପାଳିଛନ୍ତି ବିଦ୍ୟାଧର। ପକ୍ଷୀ ପ୍ରେମର ନିଶା ଏମିତି ଘାରିଛି ଯେ ଦିନେ ଅଳ୍ପ ଦୁଇଟା ପକ୍ଷୀ ରଖୁଥିଲେ ଆଜି କିନ୍ତୁ ଶହ ଶହ ପକ୍ଷୀ ତାଙ୍କ ଅଗଣାରେ ଖେଳୁଛନ୍ତି। ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀମାନଙ୍କ ପ୍ରତି ତାଙ୍କର […]

ପକ୍ଷୀଙ୍କ ପ୍ରେମରେ ବିଦ୍ୟାଧର

4VB

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ପକ୍ଷୀଙ୍କର ପ୍ରେମରେ ଡ଼ାକ କର୍ମଚାରୀ ବିଦ୍ୟାଧର। ପଶୁପକ୍ଷୀଙ୍କୁ  ଜୀବନ ସାଥୀ କରିଛନ୍ତି ସେ । ଭଳି କି ଭଳି ଦୁଇ ଶହରୁ ଅଧିକ ପ୍ରକାରର ପକ୍ଷୀ ପାଳିଛନ୍ତି ବିଦ୍ୟାଧର। ପକ୍ଷୀ ପ୍ରେମର ନିଶା ଏମିତି ଘାରିଛି ଯେ ଦିନେ ଅଳ୍ପ ଦୁଇଟା ପକ୍ଷୀ ରଖୁଥିଲେ ଆଜି କିନ୍ତୁ ଶହ ଶହ ପକ୍ଷୀ ତାଙ୍କ ଅଗଣାରେ ଖେଳୁଛନ୍ତି। ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀମାନଙ୍କ ପ୍ରତି ତାଙ୍କର ଭଲ ପାଇବା ଅତି ନିବିଡ଼।  ନିଜର ଦୈନନ୍ଦିନ ଜୀବନରୁ ଟିକିଏ ସମୟ ପାଇଲେ କିଏ ପରିବାର ସହିତ ସମୟ ଅତିବାହିତ କରୁଥିବା ବେଳେ ସେ କିନ୍ତୁ ନିଜର ପରିବାର କହୁଥିବା ପକ୍ଷୀଙ୍କ ସେବାରେ ଲାଗିପଡନ୍ତି । ନିଜର ପେଶା ଓ ନିଶାର ସମନ୍ୱୟ ରଖି ଆଗେଇ ଚାଲିଛନ୍ତି ସେ । ପାରା ମଣିଷ ଭାବେ ବିଦ୍ୟାଧର ସ୍ଥାନୀୟ ଅଞ୍ଚଳରେ ବେଶ ପରଚିତ ହୋଇଯାଇଛନ୍ତି। ସେହି ପାରାଗୁଡ଼ିକୁ ଦେଖିବାକୁ ବହୁ ଲୋକେ ମଧ୍ୟ ତାଙ୍କ ପାଖକୁ ଛୁଟି ଆସନ୍ତି ।

Advertisment

ଧାମନଗର ଅସୁରାଳି ଡାକଘରେ ଡାକ ସେବକ ବିଦ୍ୟାଧର ସାହୁ କାର୍ଯ୍ୟରତ ଅଛନ୍ତି। ଘର ତାଙ୍କର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗ୍ରାମରେ। ସେହି ପକ୍ଷୀଙ୍କ ସହ ବିଦ୍ୟାଧର ସମ୍ପର୍କ କେତେ ନିବିଡ ଯେ କେହି ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଖାଦ୍ୟ ଦେଲା ବେଳେ ପାରାମାନେ ଘେରି ଯାଆନ୍ତି ବିଦ୍ୟାଧରଙ୍କୁ । ଡାକିଦେଲେ ଉଡି ଆସି ତାଙ୍କ ପାଖରେ ବସି ଯାଆନ୍ତି। ଆଉ ପାରାମାନଙ୍କ ସହ ସମୟ ବିତେଇ ସତେ ଯେମିତି ଆତ୍ମସନ୍ତୋଷ ଲାଭ କରନ୍ତି ବିଦ୍ୟାଧର। ପାରାମାନେ ମଧ୍ୟ ବିଦ୍ୟାଧରଙ୍କୁ ମଧ୍ୟ ଆପଣାର କରିଦେଇଛନ୍ତି । ବିଦ୍ୟାଧରଙ୍କ ବାପା ବୈଷ୍ଣବଙ୍କ କହିବା କଥା ବିଦ୍ୟାଧର ପିଲାବେଳୁ ପଶୁପକ୍ଷୀଙ୍କୁ ଭଲପାଇ ଆସିଛନ୍ତି।

ଧୀରେ ଧୀରେ ଏହା ତାଙ୍କର ନିଶା ପାଲଟିଗଲା। ଏବେ ସେ ନିଜ ଘରେ ଦୁଇ ଶହ ବିଭିନ୍ନ ପ୍ରଜାତିର ପାରାଙ୍କୁ ରଖିଛନ୍ତି। ନିଜ ଘରର ଛାତ ଉପରେ ପିଞ୍ଜରା କରି ଦୁଇ ଶହରୁ ଅଧିକ ବିଭିନ୍ନ କିସମର ପାରାଙ୍କୁ ପାଳିଛନ୍ତି ସେ । ପରିବାର ସଦସ୍ୟ ଭଳି ସେମାନଙ୍କ ଦେଖାଶୁଣା କରୁଛନ୍ତି।

Advertisment

ଏମାନଙ୍କ ରହିବା ଖାଇବା ପାଇଁ ଦୈନିକ ପ୍ରାୟ ଦୁଇ ଶହ ଟଙ୍କାରୁ ଅଧିକ ସେ ଖର୍ଚ୍ଚ କରିଥାଆନ୍ତି । ଓଡିଶା ତଥା ଓଡିଶାର ବାହାରୁ ଅନେକ ପାରା ଆଣି ନିଜ ପାଖରେ ରଖି ପାଳୁଛନ୍ତି । ତିରା, ହରା, ନିଳା, ସବଜି, ଖଡ଼ିଆ, ଚଉ, ଡୁଗି, କାଗଜି, ଚିନି, କାଳୁଆ, ବାଗୁଆ, ଲାଲପଟିଆ(ଓଡିଶା ବ୍ରିଡ଼), କାଲସିରା, ଲାଲସିରା, କାଲଦମା, ଲାଲଦମା, ଆନ୍ଦ୍ରା, ପଞ୍ଜାବୀ, ଟେଡି, କମଙ୍ଗର ଆଦି ବିଭିନ୍ନ କିସମର ପାରାକୁ ପାଳିଛନ୍ତି। କେନ୍ଦ୍ରାପଡା, ଓଳାଭର, ଭଦ୍ରକ, ଭୁବନେଶ୍ୱର, କଟକ, ଯାଜପୁର, ଜଳେଶ୍ୱର, କୋଲକତା, ପଞ୍ଜାବ, ମହାରାଷ୍ଟ୍ର, ଆନ୍ଧ୍ରରୁ ମଧ୍ୟ ସେ ପାରା ସଂଗ୍ରହ କରିଛନ୍ତି। ପାରା ମଣିଷ ଭାବେ ତାଙ୍କ ଅଞ୍ଚଳରେ ସେ ବେଶ ପରିଚିତ । ଏଥିପାଇଁ  ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe