ଶୁଭ ଦେବାର ୪୩ ବର୍ଷ ବିତିଲା, ସ୍ଥାୟୀ ବ୍ୟାରେଜଟିଏ ହୋଇପାରୁନି

ଭଦ୍ରକ(ପାର୍ଥ ସାରଥୀ ନାୟକ): ବର୍ଷା ଦିନରେ ବିଭିନ୍ନ ନଦୀରେ ଆସୁଥିବା ବନ୍ୟାକୁ ନିୟନ୍ତ୍ରଣ କରିବା ସହିତ ଖରାଦିନରେ କୃଷି କ୍ଷେତ୍ରକୁ ଜଳସେଚନର ସୁବିଧା ପାଇଁ ରାଜ୍ୟର ବିଭିନ୍ନ ନଦୀ ଉପରେ ସରକାର ବ୍ୟାରେଜ ନିର୍ମାଣ କରୁଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କୋଚିଲା ମୁହାଣରେ ବାରମ୍ବାର ଦାବି ପରେ ମଧ୍ୟ ସ୍ଥାୟୀ ବ୍ୟାରେଜଟିଏ ନିର୍ମାଣ ହୋଇ ପାରୁ ନାହିଁ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ […]

6ni

Tapas Behera
  • Published: Thursday, 08 July 2021
  • , Updated: 08 July 2021, 04:56 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ବର୍ଷା ଦିନରେ ବିଭିନ୍ନ ନଦୀରେ ଆସୁଥିବା ବନ୍ୟାକୁ ନିୟନ୍ତ୍ରଣ କରିବା ସହିତ ଖରାଦିନରେ କୃଷି କ୍ଷେତ୍ରକୁ ଜଳସେଚନର ସୁବିଧା ପାଇଁ ରାଜ୍ୟର ବିଭିନ୍ନ ନଦୀ ଉପରେ ସରକାର ବ୍ୟାରେଜ ନିର୍ମାଣ କରୁଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କୋଚିଲା ମୁହାଣରେ ବାରମ୍ବାର ଦାବି ପରେ ମଧ୍ୟ ସ୍ଥାୟୀ ବ୍ୟାରେଜଟିଏ ନିର୍ମାଣ ହୋଇ ପାରୁ ନାହିଁ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ଜଳସମ୍ପଦ ବିଭାଗର ଅବହେଳା ସେଥିପାଇଁ ଏହି ବ୍ୟାରେଜ  ନିର୍ମାଣ ହୋଇ ପାରୁନାହିଁ ।

କୋଚିଲା ନଦୀର ମୁହାଣ ଆଠଘରିଆ ଠାରେ ୧୯୭୭ ମସିହାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇ ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । କେବଳ ପଥରେ ବନ୍ଧରେ ସୀମିତ ଏହି ବ୍ୟାରେଜ ନିର୍ମାଣ ଫଳରେ ପ୍ରତିବର୍ଷ ବନ୍ୟା ଆସି ପଥରେ ବନ୍ଧ ଭାଙ୍ଗି ଯାଉଛି। ଦିନକୁ ଦିନ କୋଚିଲା ମୁହଁ ଓସାରିଆ ହେବା ସହିତ ବର୍ଷା ଦିନରେ ବନ୍ୟା ଆସି ବ୍ୟାପକ ଧନ ଜୀବନ ନଷ୍ଟ କରୁଛି । ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କୋଚିଲା ନଦୀର ମୁହାଁଣ ଆଠ ଘରିଆ ଠାରେ ଏକ ବ୍ୟାରେଜ ନିର୍ମାଣ ହେବାକୁ ରାଜ୍ୟ ଜଳସମ୍ପଦ ବିଭାଗ ସ୍ଥିର କରିଥିଲା । ସେହି ଅନୁଯାଇ 1977 ମସିହାରେ ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ତତକାଳୀନ କଂଗ୍ରେସ ସରକାର ସମୟରେ ହୋଇଥିଲା । ବାସ ସେହି ଦିନ ଠାରୁ କେବଳ ପଥରେ ବନ୍ଧ ହେବା ଛଡା ଅନ୍ୟ କିଛିବି ହେଉ ନାହିଁ ।  ଧାମନଗରବାସୀଙ୍କ ମଧ୍ୟରେ ଏକ ନୂଆ ଆଶା ସଂଚାର ହୋଇଥିଲା । କିନ୍ତୁ ପ୍ରସ୍ତାବିତ କୋଚିଲା ବ୍ୟାରେଜ ନେଇ ୪୩ ବର୍ଷରୁ ଅଧିକ ସମୟ ବିତିଯାଇ ଥିଲେ ମଧ୍ୟ ଆଜି ଯାଏଁ ସେଠାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ ହୋଇ ପାରିଲା ନାହିଁ । ତେବେ ପ୍ରତି ବର୍ଷ ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଏହି ପଥର ବନ୍ଧ ଭାଙ୍ଗି ଯାଉଛି ।  ବନ୍ୟା ଛାଡିଲା ପରେ ସେହି ବନ୍ଧକୁ ଆଉ କିଛି ପଥର ଆଣି ପୁଣି ବନ୍ଧ ନିର୍ମାଣ କରାଯାଉଛି । ଏଥିପାଇଁ ଜଳସେଚନ ବିଭାଗ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ପାଣିରେ କେବଳ ପଡୁଛି ।

ନା ବନ୍ୟା ନିୟନ୍ତ୍ରଣ ହେଉଛି ନା ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା।  କିଛି ବି ହେଉ ନାହିଁ । ନଦୀ ବନ୍ଧ ଧସୁଛି ଓ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ଏସବୁକୁ ଲକ୍ଷ କରି 2011 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଏକ ସ୍ଥାୟୀ ବ୍ୟାରେଜ ନିର୍ମାଣ ହେବ ବୋଲି ଧାମନଗର ବନ୍ୟାଞ୍ଚଳ ଗ୍ରସ୍ତରେ ଆସିଥିବା ବେଳେ କହିଥିଲେ। ତେଣୁ ସେହି ଦିନ ଠାରୁ ବିଭିନ୍ନ ବୈଷୟିକ ଟିମ ଓ ବିଧାନସଭା ଉପଦେଷ୍ଟା କମିଟି ସମସ୍ତେ ଆସୁଛନ୍ତି ସତ କିଛି ବି କାର୍ଯ୍ୟକ୍ରମ ଅଦ୍ୟାବଧି ଅଗ୍ରଗତି ହେଉନାହିଁ । କେବଳ ପ୍ରସ୍ତାବିତ ବ୍ୟାରେଜ ପ୍ରସ୍ତର ବନ୍ଧରେ ସୀମିତ ରହିଯାଉଛି ଓ ଧାମନଗରବାସୀ ବନ୍ୟା ବେଳେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି । ତେବେ ଏଥି ପାଇଁ ଲୋକ ମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଦାୟୀ କରୁଥିବା ବେଳେ ପୂର୍ବତନ ବିଧାୟକ କହିଛନ୍ତି ସେ ବହୁ ଉଦ୍ୟମ କରିଛନ୍ତି। ସର୍ଭେ ସରିଛି। ଏପରିକି ବୈଷୟିକ ଉପଦେଷ୍ଟା କମିଟି ର ଅନୁମୋଦନ ମଧ୍ୟ ହୋଇ ସାରିଛି ତେଣୁ ନିଶ୍ଚିତ ବେରେଜ ନିର୍ମାଣ ହେବ ।

ସେହିପରି କୋଚିଲା ମୁହାଁଣରେ ଏକ ସ୍ଥାୟୀ ବ୍ୟାରେଜ ନିର୍ମାଣ ହେବାର ଆବଶ୍ୟକତା ଅଛି । ପୂର୍ବରୁ ବହୁ ଦାବି ସତ୍ୱେ କେହି  ଦୃଷ୍ଟି ଦେଇ ନାହାଁନ୍ତି । ତେଣୁ ସେ ଏ ସମ୍ପର୍କରେ ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଭଦ୍ରକ ସାଂସଦ ମଧ୍ୟ  ମୁଖ୍ୟମନ୍ତ୍ରୀ ଓ ବିଭାଗୀ ଅଧୀକାରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି ।  ଆଗାମି  ଦିନରେ ନିଶ୍ଚିତ ସ୍ଥାଇ  ବ୍ୟରେଜ ନିର୍ମାଣ ହେବ ବୋଲି ସେ ମଧ୍ୟ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୬୦ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି । ତୁରନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଧାମନଗର ବାସୀଙ୍କର ଦୀର୍ଘଦିନର ସମସ୍ୟାକୁ ଲକ୍ଷ୍ୟ କରି ଏହା ପ୍ରକଳ୍ପଟିକୁ ପୂର୍ଣ୍ଣରୂପ ରେଖ ଦିଆଯିବ ବୋଲି କହିଛନ୍ତି ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଓଡିଶା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

Related story