କୋରାପୁଟ ପୌର ପରିଷଦ ହାତେଇଲା କଂଗ୍ରେସ; ଭଗବାନ ବାହିନୀପତି ପୌରାଧ୍ୟକ୍ଷ

କୋରାପୁଟ: କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ପଦବୀ କଂଗ୍ରେସ ହାତକୁ ଯାଇଛି। ଭଗବାନ ବାହିନୀପତି କୋରାପୁଟ ପୌର ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ୨୧ଟି ଆସନ ବିଶିଷ୍ଟ କୋରାପୁଟ ପୌର ପରିଷଦରେ ସେ ୧୧ଟି ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୁଲତା ରାଉତଙ୍କୁ ମିଳିଥିଲା ୧୦ଟି ଭୋଟ୍। ତେବେ ଆଜି ପୌରାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲା ବେଳେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ପୌର ପରିଷଦ କାର୍ଯ୍ୟାଳୟ […]

koraput-municipality

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 10:49 AM IST

କୋରାପୁଟ: କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ପଦବୀ କଂଗ୍ରେସ ହାତକୁ ଯାଇଛି। ଭଗବାନ ବାହିନୀପତି କୋରାପୁଟ ପୌର ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ୨୧ଟି ଆସନ ବିଶିଷ୍ଟ କୋରାପୁଟ ପୌର ପରିଷଦରେ ସେ ୧୧ଟି ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୁଲତା ରାଉତଙ୍କୁ ମିଳିଥିଲା ୧୦ଟି ଭୋଟ୍।

ତେବେ ଆଜି ପୌରାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲା ବେଳେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ପୌର ପରିଷଦ କାର୍ଯ୍ୟାଳୟ ବାହାରେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ କାଉନ୍‌ସିଲରମାନେ ଭିତରକୁ ପଶିବା ବେଳେ ବିଜେଡି କର୍ମୀମାନେ ଏକମାତ୍ର ସ୍ୱାଧୀନ କାଉନ୍‌ସିଲର ବିଶ୍ୱଭୂଷଣ ପଟ୍ଟନାୟକଙ୍କୁ ଟଣାଓଟରା କରିଥିଲେ। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପୋଲିସ୍ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

କୋରାପୁଟ ପୌର ପରିଷଦରେ ମୋଟ ୨୧ ଆସନରୁ  ବିଜେଡି ଓ କଂଗ୍ରେସ ସମାନ ସଂଖ୍ୟକ ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସ୍ୱାଧୀନ ପ୍ରାର୍ଥୀ ବିଶ୍ୱଭୂଷଣ ପଟ୍ଟନାୟକଙ୍କୁ ବିଜେଡି ନିଜ ଅକ୍ତିଆରକୁ ନେଇ ଅଧ୍ୟକ୍ଷ ଆସନ ପାଇଥିଲା। ତାଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ତେବେ ବିଶ୍ୱଭୂଷଣ କଂଗ୍ରେସର ଜଣେ ମହିଳା କାଉନସିଲରଙ୍କୁ ଫୋନ୍‌ରେ ଅଶାଳୀନ ବ୍ୟବହାର କରିବା ଅଭିଯୋଗ ହେବା ପରେ ବିଜେଡିର ନିଷ୍ପତ୍ତି କ୍ରମେ ଗତ ଫେବୃଆରୀ ୧ ତାରିଖରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

Related story