ଭାଗଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଯାଉଥିବା ନେଇ ଏସଆରସିଙ୍କ ବକ୍ତବ୍ୟ ଉପରେ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର: ଭାଗଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଯାଉଛି। ପୂର୍ବରୁ ୧୧୩ କୋଟି ଟଙ୍କାର ଇନପୁଟ୍ ସବସିଡ ଦିଆଯାଇଛି। ଆଗକୁ ଆହୁରି ୧୦୦ କୋଟି ଟଙ୍କା ମିଳିବ ବୋଲି ମରୁଡି ସମ୍ପର୍କରେ ସୂଚନା ଦେବା ବେଳେ ଏସଆରସି ପ୍ରଦୀପ୍ତ ମହାପାତ୍ର ଏହା କହିଛନ୍ତି। ତେବେ ଏସଆରସିଙ୍କ ଏପରି ବକ୍ତବ୍ୟକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ଭାଗଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ନେଇ ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ସରକାର କମିଟି ଗଠନ କରିଥିଲେ। କମିଟିର ସୁପାରିଶ […]

tara bahinipati-bijayshree-basantapanda

Rakesh Mallick
  • Published: Tuesday, 22 December 2015
  • , Updated: 23 December 2015, 10:16 AM IST

ଭୁବନେଶ୍ୱର: ଭାଗଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଯାଉଛି। ପୂର୍ବରୁ ୧୧୩ କୋଟି ଟଙ୍କାର ଇନପୁଟ୍ ସବସିଡ ଦିଆଯାଇଛି। ଆଗକୁ ଆହୁରି ୧୦୦ କୋଟି ଟଙ୍କା ମିଳିବ ବୋଲି ମରୁଡି ସମ୍ପର୍କରେ ସୂଚନା ଦେବା ବେଳେ ଏସଆରସି ପ୍ରଦୀପ୍ତ ମହାପାତ୍ର ଏହା କହିଛନ୍ତି। ତେବେ ଏସଆରସିଙ୍କ ଏପରି ବକ୍ତବ୍ୟକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ଭାଗଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ନେଇ ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ସରକାର କମିଟି ଗଠନ କରିଥିଲେ। କମିଟିର ସୁପାରିଶ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ।

କିଛି ଭାଗଚାଷୀଙ୍କ ସ୍ଥିତିକୁ ଦେଖିଲେ ଏସଆରସିଙ୍କ ସୂଚନାର କେତେଦୂର ସତ୍ୟତା ଅଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଲାଙ୍ଗିର ଖୁଜନାପଲ୍ଲୀର ଭାଗଚାଷୀ କେଶବ ସାହୁ ୩୦ ଏକର ଜମି ଚାଷ କରିଥିଲେ। ମରୁଡି ଯୋଗୁ ତାଙ୍କର ୮୦ ପ୍ରତିଶତରୁ ଅଧିକ ଫସଲ ଉଜୁଡି ଯାଇଛି। ହେଲେ ଏ ପର୍ଯ୍ୟନ୍ତ ତାଙ୍କ କୌଣସି ସହୟାତା କି ସରକାର ଘୋଷଣା କରିଥିବା ପ୍ୟାକେଜ ମିଳିନି। ସେହି ଜିଲ୍ଲାର ଆଉ ଜଣେ ଭାଗଚାଷୀ ହେଲେ ମାନ ବଘାର। ୫ ଏକର ଜମିରେ ଭାଗଚାଷ କରିଥିଲେ। ମରୁଡିରେ ଫସଲ ନଷ୍ଟ ହୋଇଯାଇଛି, ହେଲେ ତାଙ୍କୁ କୌଣସି ସହାୟତା ମିଳିନାହିଁ ନ ଥିବା କହିଛନ୍ତି।

ଭାଗଚାଷୀଙ୍କୁ ବିପର୍ଯ୍ୟୟ ସମୟରେ ସହାୟତା ପ୍ୟାକେଜ ଦେବା ପାଇଁ ସରକାର ଭୂ-ସଂସ୍କାର ଆଇନରେ ସଂଶୋଧନ କରିବାକୁ ୨୦୧୩ରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ସୁପାରିଶ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ଭାଗଚାଷୀଙ୍କୁ ମରୁଡି ସହାୟତା ଦିଆଯାଉଥିବା କଥାକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି କହିଛନ୍ତି, ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜଣେ ହେଲେ ବି ଭାଗଚାଷୀଙ୍କୁ ଟଙ୍କାଟିଏ ବି ଦେଇନାହାନ୍ତି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ମିଥ୍ୟା କହୁଛନ୍ତି। ସରକାରଙ୍କର ଏହା ଗାଲୁଆମି, ମିଛ କହି ଭୁଆଁ ବୁଲାଇଉଛନ୍ତି। ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି, ଭୂ-ସଂସ୍କାର ଆଇନରେ ସଂଶୋଧନ ଲାଗି ଗଠିତ କମିଟିର ସୁପାରିଶ କାର୍ଯ୍ୟକାରୀ କରାଯାଇ ନ ଥିବା ବେଳେ ଏପରି ବକ୍ତବ୍ୟ ସନ୍ଦେହ ଜାତ କରୁଛି।

ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ୨୦୧୩ରେ ଅର୍ଡ ହୋଇଥିଲା ଯିଏ ପ୍ରକୃତରେ ଚାଷ କରୁଛନ୍ତି ସେମାନଙ୍କୁ ସହାୟତା ଦିଆଯିବ। ପରବର୍ତ୍ତି ଅବସ୍ଥାରେ ଓଏଲଆର ଆକ୍ଟରେ ଏଥିରେ ସଂଶୋଧନ ଆଣିବାର ଆବଶ୍ୟକତା ପଡିଲା। ସେଥିପାଇଁ ଏକ କମିଟି ତିଆରି ହୋଇଛି। ଏଥିରେ ଡିସି ମୁଖ୍ୟ ଅଛନ୍ତି। ସେ କମିଟି ଏପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତି ଦେଇନାହାନ୍ତି। ସେ ନିଷ୍ପତ୍ତି ଦେବା ପରେ ଯାହା କିଛି କହିହେବ।

Related story