ନାବାଳିକା ଆତ୍ମହତ୍ୟା ମାମଲା, ଏଏସ୍‌ଆଇ ନିଲମ୍ୱିତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣର ଶିକାର ନାବାଳିକାଙ୍କ ଅଭିଯୋଗ ଶୁଣିଲାନି ପୁଲିସ୍‌। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଯେଉଁଥିପାଇଁ ନାବାଳିକା ପୀଡ଼ିତା ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭାପୁର ଫାଣ୍ଡି ଏଏସ୍‌ଆଇ ପଦ୍ମନାଭ ସାହୁ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଲମ୍ୱିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ଥିଲେ। ପାଣି ପିଇବା ବାହାନାରେ ଜଣେ […]

police

Manoranjan Sial
  • Published: Thursday, 30 July 2020
  • , Updated: 30 July 2020, 10:19 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣର ଶିକାର ନାବାଳିକାଙ୍କ ଅଭିଯୋଗ ଶୁଣିଲାନି ପୁଲିସ୍‌। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଯେଉଁଥିପାଇଁ ନାବାଳିକା ପୀଡ଼ିତା ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭାପୁର ଫାଣ୍ଡି ଏଏସ୍‌ଆଇ ପଦ୍ମନାଭ ସାହୁ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଲମ୍ୱିତ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ଥିଲେ। ପାଣି ପିଇବା ବାହାନାରେ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ଏନେଇ ପୀଡ଼ିତା ପରିବାର ଲୋକଙ୍କୁ କହିଥିଲେ। ତା’ପରେ ପରିବାର ଲୋକ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ଯାହାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନାନା ହଇରାଣ କରୁଥିଲା। ଆଜି ପୀଡିତାଙ୍କ ବାପା-ମାଆ ବିଲକୁ କାମ କରିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ବିଷ ପିଇ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

Related story