ବନ୍ଦ ପାଳନ ବେଳେ ଯାତ୍ରୀଙ୍କୁ ଅରୁଆ, ଡାଲମା ପରଷିଲେ ଆନ୍ଦୋଳନକାରୀ

Ordigital Desk
  • Published: Wednesday, 11 April 2018
  • , Updated: 11 April 2018, 08:30 AM IST
<p>ଧର୍ମଗଡ(ଇଙ୍ଗିତ ପଣ୍ଡା): ସମଗ୍ର କଳାହାଣ୍ଡି ଜିଲାରେ ମଙ୍ଗଳବାର ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ବହୁସ୍ଥାନରେ ରାସ୍ତାରୋକୋ କରାଯାଇଥିଲା। ସମସ୍ତ ସରକାରୀ ଓ ବେସରାକରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଜିଲ୍ଲାର ଧର୍ମଗଡ, ଜୁନାଗଡ, କଲମପୁର, ବିଜମରା, ମହିଚଲା, ମଥୁରା, ଜୟପାଟଣା ଓ ପର୍ଲାରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା। ମୋଟେର-ମୁଖିଗୁଡା ରାସ୍ତାର ବିଜମରାଠାରେ ଆନ୍ଦୋଳନ ବେଳେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ରାସ୍ତା ଅବରୋଧ କରି ଚକଅଖ ଜାମ୍&zwnj; କରିଥିଲେ ଆନ୍ଦୋଳନକାରୀ। ଫଳରେ ରାସ୍ତାର ଦୁଇ କଡ଼ରେ ଅନେକ ଗାଡି ଅଟକି ରହିଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ରାସ୍ତାରେ ଅଟକି ରହିଥିବା ଯାତ୍ରୀଙ୍କୁ ମାନବିକତା ଦୃଷ୍ଟିରୁ ରନ୍ଧାଖାଦ୍ୟ ଯୋଗାଇ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଛି।</p>

Related story