୧୦ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ଚାଷୀ ହକ୍‌କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ। ଆସନ୍ତା ୧୦ ତାରିଖରେ ଏନେଇ ଭାରତ ବନ୍ଦ ଡାକରା ଦେଇଛି ସଂଘ। ମୁଖ୍ୟତଃ ଏମ୍ଏସପି ବୃଦ୍ଧି, କୃଷି ଋଣ ଛାଡ଼ ଏବଂ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ଲାଗି ପଦକ୍ଷେପ ଦାବିରେ ଆନ୍ଦୋଳନ କରିବ ସଂଘ। ମହାସଂଘର ସଭାପତି ଶିବ କୁମାର ଶର୍ମା କହିଛନ୍ତି,“ଜୁନ୍ ୧୦ ତାରିଖରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆମେ ଭାରତ ବନ୍ଦ ଡାକରା ଦେଇଛୁ। ଆମେ ସହରର ସମସ୍ତ […]

aa-Cover-ln9n2hkn11k9n8gib5j3k0eo22-20170604010922.Medi

aa-Cover-ln9n2hkn11k9n8gib5j3k0eo22-20170604010922.Medi

Rakesh Mallick
  • Published: Friday, 01 June 2018
  • Updated: 01 June 2018, 04:34 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ହକ୍‌କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ। ଆସନ୍ତା ୧୦ ତାରିଖରେ ଏନେଇ ଭାରତ ବନ୍ଦ ଡାକରା ଦେଇଛି ସଂଘ। ମୁଖ୍ୟତଃ ଏମ୍ଏସପି ବୃଦ୍ଧି, କୃଷି ଋଣ ଛାଡ଼ ଏବଂ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ଲାଗି ପଦକ୍ଷେପ ଦାବିରେ ଆନ୍ଦୋଳନ କରିବ ସଂଘ।

ମହାସଂଘର ସଭାପତି ଶିବ କୁମାର ଶର୍ମା କହିଛନ୍ତି,“ଜୁନ୍ ୧୦ ତାରିଖରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆମେ ଭାରତ ବନ୍ଦ ଡାକରା ଦେଇଛୁ। ଆମେ ସହରର ସମସ୍ତ ବ୍ୟବସାୟୀଙ୍କୁ ସେହିଦିନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ଅନୁରୋଧ କରୁଛୁ। ଏହା ସହିତ ବିଗତ ବର୍ଷଗୁଡ଼ିକରେ ପ୍ରାଣ ହରାଇଥିବା ସମସ୍ତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅନୁରୋଧ କରୁଛୁ।”

ସେ କହିଛନ୍ତି ଯେ ୧୦ ତାରିଖରେ ଭାରତ ବନ୍ଦ ପରେ ୧୧ ତାରିଖରେ ଭୋପାଲରେ ଏକ ବୈଠକ ଡକାଯାଇଛି। ସେଠାରେ ସଂଗଠନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ।

ଭାରତ ବନ୍ଦ ପୂର୍ବରୁ ଆଜି ଦେଶର ବିଭିନ୍ନ ସ୍ଥାନରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ‘ଗାଁ ବନ୍ଦ’ ଡାକରା ଦିଆଯାଇଛି। ସେଥିପାଇଁ ଅନେକ ସ୍ଥାନରେ ଗାଁରୁ ସହରକୁ ପନିପରିବା ଭଳି ଖାଦ୍ୟ ସାମଗ୍ରୀ ପଠାଯାଇନାହିଁ।

[caption id="attachment_241081" align="aligncenter" width="847"]555 ଲୁଧିଆନା ନିକଟ ଏକ ଗାଁରେ କ୍ଷୀର ଢାଳି ଦେଇଛନ୍ତି ଚାଷୀ[/caption]

ପଞ୍ଜାବର ଫରିଦକୋଟ୍‌ରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଓ ଫଳ ଆଦି ଫୋପାଡ଼ି ଦେଇଥିଲେ। ଏପରିକି ରାସ୍ତା କ୍ଷୀର ଢାଳି ଦେଇଥିଲେ। କୃଷି ଋଣ ଛାଡ଼ କରିବାକୁ ଓ ସ୍ୱାମୀନାଥନ କମିଶନ୍‌ଙ୍କ ସୁପାରିଶ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଛନ୍ତି।

ଉତ୍ତର ପ୍ରଦେଶର ସମ୍ଭଲରେ ମଧ୍ୟ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା। ଏଠାରେ ଚାଷୀମାନେ ୧୦ ଦିନିଆ ଆନ୍ଦୋଳନରେ ବସିଛନ୍ତି। ସେମାନେ ଏହି ଆନ୍ଦୋଳନକୁ ‘କିଷାନ ଅବକାଶ’ ବୋଲି ନାଁ ଦେଇଛନ୍ତି। ସେମାନଙ୍କର ବି ସେହି ସମାନ ଦାବି।

ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ଶିବ କୁମାର ଶର୍ମା କହିଛନ୍ତି କହିଛନ୍ତି ଯେ ଆମ ସହିତ ଦେଶର ୧୩୦ରୁ ଅଧିକ କୃଷକ ସଂଗଠନ ସାମିଲ ହୋଇଛନ୍ତି। ଆମେ ଗାଁ ବନ୍ଦ ଡାକରା ଦେଇଛୁ। ଆମେ ସହରକୁ ଯିବାକୁ ଚାହୁଁନୁ। କାରଣ ଆମେ ସହରର ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରିବାକୁ ଚାହୁଁନୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos