ନବନିର୍ମାଣ କୃଷକ ସଂଗଠନର ୨୦ରୁ ଅଧିକ କର୍ମୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ ଚାଷୀ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଦ୍ୱୈତ ନଗରୀ ଭୁବନେଶ୍ୱର-କଟକ ବ୍ୟତୀତ ଅନ୍ୟ ସହରରେ ମଧ୍ୟ ଚାଷୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜନୈତିକ ଦଳର କର୍ମୀମାନେ ପ୍ରତିବାଦ କରିଛନ୍ତି। ଆନ୍ଦୋଳନ କରି ୨୦ରୁ ଅଧିକ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଗିରଫ ହୋଇଥିବା ବେଳେ କଟକ ବାଦାମବାଡ଼ିରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ […]

congress

congress

Manoranjan Sial
  • Published: Tuesday, 08 December 2020
  • Updated: 08 December 2020, 11:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ ଚାଷୀ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଦ୍ୱୈତ ନଗରୀ ଭୁବନେଶ୍ୱର-କଟକ ବ୍ୟତୀତ ଅନ୍ୟ ସହରରେ ମଧ୍ୟ ଚାଷୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜନୈତିକ ଦଳର କର୍ମୀମାନେ ପ୍ରତିବାଦ କରିଛନ୍ତି। ଆନ୍ଦୋଳନ କରି ୨୦ରୁ ଅଧିକ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଗିରଫ ହୋଇଥିବା ବେଳେ କଟକ ବାଦାମବାଡ଼ିରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ବାମ ଦଳର କର୍ମୀମାନେ ରେଳରୋକ ଓ ରାସ୍ତା ଅବରୋଧ କରିଛନ୍ତି। ଏପରିକି ନୂଆ କୃଷି ଆଇନ୍‌କୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି। ରାସ୍ତାରୋକ ଯୋଗୁ ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡୁନି। ଯାହାଫଳରେ ଯାତ୍ରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ସେପଟେ ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ଓ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକରେ ରାସ୍ତା ଅବରୋଧ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜୟଦେବ ବିହାରରେ ଲମ୍ବା ଲାଇନରେ ଅଟକି ରହିଛି ଶତାଧିକ ଟ୍ରକ। ହଂସପାଳ ଛକରେ ପ୍ରତିବାଦ କରୁଥିବା ୨୦ରୁ ଅଧିକ ନବନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ପୁଲିସ ଗିରଫ କରିଛି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। କଟକ ରେଲୱେ ଷ୍ଟେସନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗଡୁନି ଟ୍ରେନ ଅଟକ ରହିଛି।

ସେହିପରି ବନ୍ଦର ପ୍ରଭାବ ଷ୍ଟିଲ୍‌ସିଟି ରାଉରକେଲାରେ ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭ ଯୋଗୁଁ ରାଉରକେଲାରେ ବସ ଚଳାଚଳ ବନ୍ଦ ରହିଛି। ବଣାଇର କୋଇଡ଼ା, ରକ୍ସି, ରଜାମୁଣ୍ଡା, ଫୁଟୁଗାଁରେ ରାସ୍ତା ଅବରୋଧ କରାଯାଇଛି। ରକ୍ସିରେ ମାଲବାହୀ ଟ୍ରେନ ଅଟକ ରଖିଛନ୍ତି ଆନ୍ଦୋଳନକାରୀ।

ଉତ୍ତର ଓଡ଼ିଶାରେ ଚକ୍କା ଜାମର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱରରେ ଚକ, ଅଖ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ପିକେଟିଂ ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ବ୍ରହ୍ମପୁର ରେଳ ଷ୍ଟେସନରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ସେପଟେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଓଭରବ୍ରିଜ ଉପରେ ସିପିଏସ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ସମ୍ବଲପୁର ବସ ଷ୍ଟାଣ୍ଡରୁ କୌଣସି ଗଡ଼ୁନି ବସ। ଦୋକାନ ବଜାର ବନ୍ଦ ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ଜଗତସିଂହପୁରର ବଙ୍ଗଳା ଛକରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ-ପାରାଦୀପ ରାସ୍ତାର ରଘୁନାଥପୁରଠାରେ କଂଗ୍ରେସର ରାସ୍ତାରୋକ କରାଯାଇଛି। ଭବାନୀପାଟଣାରେ ବସ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗଡ଼ୁନି ବସ୍, ବନ୍ଦ ରହିଛି ବଜାର। ଗୁଣୁପୁର ଓଭରବ୍ରିଜ ଉପରେ ସିପିଏସ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ଦେବଗଡ଼ ଓ ବଲାଙ୍ଗିରରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସବୁ ଦୋକାନ ବନ୍ଦ ରହିଛି। ଚାଷୀ ସଂଗଠନଗୁଡ଼ିକ ଦ୍ୱାରା ବରଗଡ଼-ପଦ୍ମପୁର ରାସ୍ତାରୋକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos