ଶୌଚ ପାଇଁ ଯାଇଥିବାବେଳେ ଦଳିଦେଲା ଦନ୍ତା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅଞ୍ଚଳରେ ହାତୀ ଆତଙ୍କ। ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଲସାପଦର ଗାଁର ଭରତ ବଗର୍ତ୍ତୀ।

ଭରତ ଆଜି ଭୋରୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ହାତୀ ଦଳି ଦେଇଥିଲା। ଖବରପାଇ କଣ୍ଟାମାଳ ବନାଞ୍ଚଳର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More