ପୁଣି ଉଠିଲା ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପୁରୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ପୁଣି ଥରେ ଦାବି ଉଠିଛି। କେନ୍ଦ୍ରାପଡା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଜୟନ୍ତ ପଣ୍ଡା ଏହି ଦାବି ଉଠାଇଛନ୍ତି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବୈଜୟନ୍ତ ଏହି ଦାବି କରିଛନ୍ତି। ବୈଜୟନ୍ତ କହିଛନ୍ତି,“ଅନ୍ତର୍ଜାତୀୟ ସ୍ତରରେ ବିଜୁ ପଟ୍ଟନାୟକଙ୍କୁ ଯେତିକି ସମ୍ମାନ ମିଳିଛି ଦେଶ ଦେଇନାହିଁ। ବିଜୁ ବାବୁଙ୍କୁ […]

jb panda

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 08:22 PM IST

ପୁରୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ପୁଣି ଥରେ ଦାବି ଉଠିଛି। କେନ୍ଦ୍ରାପଡା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଜୟନ୍ତ ପଣ୍ଡା ଏହି ଦାବି ଉଠାଇଛନ୍ତି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବୈଜୟନ୍ତ ଏହି ଦାବି କରିଛନ୍ତି।

ବୈଜୟନ୍ତ କହିଛନ୍ତି,“ଅନ୍ତର୍ଜାତୀୟ ସ୍ତରରେ ବିଜୁ ପଟ୍ଟନାୟକଙ୍କୁ ଯେତିକି ସମ୍ମାନ ମିଳିଛି ଦେଶ ଦେଇନାହିଁ। ବିଜୁ ବାବୁଙ୍କୁ ଭାରତରତ୍ନ ବହୁ ଆଗରୁ ମିଳିବା କଥା। ହେଲେ ଆଜି ପର୍ଯ୍ୟନ୍ତ ଏହା ହୋଇପାରିଲାନାହିଁ। ବିଜୁ ବାବୁଙ୍କୁ ଭାରତରତ୍ନ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ।”

ସେ ଆହୁରି କହିଛନ୍ତି,“ମୋ ଆର୍ଟିକିଲକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି। ମୁଁ ଦଳ ବିରୋଧରେ ନୁହେଁ କି ନେତୃତ୍ୱ ବିରୋଧରେ। ମୁଁ ଯେଉଁ ଆର୍ଟିକିଲ ଲେଖିଛି ସେଥିରେ ଦଳର ଆତ୍ମସମୀକ୍ଷା କଥା କହିଛି। ବିଜେଡି ଏବେ ବି ଏକ ନମ୍ବର ଦଳ।”

ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଏନ୍‌ଡିଏ ସରକାରରେ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ। ସେତେବେଳେ କାହିଁକି ଏ କଥା ମନେପଡି ନ ଥିଲା। ଶେଷ ସମୟରେ ବିଜୁ ବାବୁ ଦିଲ୍ଲୀରେ ଦିଲୀପ ରାୟଙ୍କ ଘରେ ହିଁ ଥିଲେ। ବିଜୁ ବାବୁ କେବଳ ବିଜେଡିର ନୁହେଁ। ବିଜେଡି ବିଜୁ ବାବୁଙ୍କ ନାଁରେ ଯେଉଁ ସବୁ ଯୋଜନା କରୁଛି ତାହା ଫଳପ୍ରଦ ହେବ ନାହିଁ।”

Related story