ଭର୍ତ୍ତୃହରି କହିଲେ ବିଜେଡିକୁ ଲୋକସଭା ଉପବାଚସ୍ପତି ପଦ ମିଳିବା ଚର୍ଚ୍ଚା ଭିତ୍ତିହୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର ଉପବାଚସ୍ପତି ପ୍ରାର୍ଥୀ ଭାବେ ଏନଡିଏ ମେଣ୍ଟ ଉପସ୍ଥାପନ କରିପାରେ ବୋଲି କିଛଦିନ ଧରି ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉପବାଚସ୍ପତି ପଦକୁ ନେଇ ଚର୍ଚ୍ଚାରେ ଥିବା ଶ୍ରୀ ମହତାବ ନିଜେ ଏହାକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହତାବ କହିଛନ୍ତି ଯେ, “ଏଭଳି ଚର୍ଚ୍ଚାର କୌଣସି ଆଧାର ନାହିଁ। ଗଣମାଧ୍ୟମରେ ଏହା କେବଳ ଚର୍ଚ୍ଚା ହେଉଛି। ତାଙ୍କ ଦଳ(ବିଜେଡି)ରେ କିମ୍ବା ସଂସଦୀୟ ଦଳ ବୈଠକରେ […]

mahatab

mahatab

Tapas Behera
  • Published: Sunday, 09 June 2019
  • Updated: 09 June 2019, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର ଉପବାଚସ୍ପତି ପ୍ରାର୍ଥୀ ଭାବେ ଏନଡିଏ ମେଣ୍ଟ ଉପସ୍ଥାପନ କରିପାରେ ବୋଲି କିଛଦିନ ଧରି ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉପବାଚସ୍ପତି ପଦକୁ ନେଇ ଚର୍ଚ୍ଚାରେ ଥିବା ଶ୍ରୀ ମହତାବ ନିଜେ ଏହାକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହତାବ କହିଛନ୍ତି ଯେ, “ଏଭଳି ଚର୍ଚ୍ଚାର କୌଣସି ଆଧାର ନାହିଁ। ଗଣମାଧ୍ୟମରେ ଏହା କେବଳ ଚର୍ଚ୍ଚା ହେଉଛି। ତାଙ୍କ ଦଳ(ବିଜେଡି)ରେ କିମ୍ବା ସଂସଦୀୟ ଦଳ ବୈଠକରେ ଏନେଇ କୌଣସି ଆଲୋଚନା ହୋଇନାହିଁ କିମ୍ବା ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ କିଛି ସୂଚନା ମଧ୍ୟ ଦେଇନାହାନ୍ତି।”

ତେବେ ଏହି ପ୍ରସଙ୍ଗରେ ବିଜେପିର ସହଯୋଗୀ ଦଳ ଶିବସେନାର ତୀବ୍ର ବିରୋଧ ଓ ନବୀନଙ୍କ ଦିଲ୍ଲୀ ଗସ୍ତ ମଧ୍ୟରେ ଭର୍ତ୍ତୃହରିଙ୍କ ଏହି ବୟାନକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ୭ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି।
୧୧ତାରିଖରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ରାଜନୀତିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବାର ସମ୍ଭାବନା ରହିଛି। ତେବେ ବିଜେଡିର ଏକ ସୂତ୍ର ଅନୁସାରେ, ଲୋକସଭା ଉପବାଚସ୍ପତି ପଦ ପ୍ରସଙ୍ଗ ଏକ ଅଣଆନୁଷ୍ଠାନିକ ଆଲୋଚନାର ଅଂଶବିଶେଷ। ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଏ ବାବଦରେ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରସ୍ତାବ ମିଳିନାହିଁ। ବିଜେଡି ମଧ୍ୟ ଏହି ପଦକୁ ସ୍ୱୀକାର କରି ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ କଦାପି ଚାହିଁବ ନାହିଁ। ୧୧ ତାରିଖରେ ନବୀନ-ମୋଦି ଆଲୋଚନା ପରେ ସବୁକଥା ସ୍ପଷ୍ଟ ହୋଇଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତରେ ଓଡ଼ିଶାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଜେପି। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। ରାଜ୍ୟରେ ବିଜେପି ନିଜର ପ୍ରଦର୍ଶନର ସମୀକ୍ଷା କରିବା ପୂର୍ବରୁ ହିଁ ୧୨୦+ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଚୁପ୍ ହୋଇ ବସିବ ନାହିଁ ବୋଲି କହି ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ଫାଇଦା ନେବାକୁ ରାଜ୍ୟ
ବିଜେପି ସଂଗଠନ ନିଶ୍ଚିତ ଭାବେ ପ୍ରୟାସ କରିବ। ତେଣୁ ବିଜେଡିକୁ ଉପବାଚସ୍ପତି ପଦ ନିମନ୍ତେ ସମର୍ଥନ ଦେଇ ବିଜେପି ରାଜ୍ୟରେ ନିଜର ସଂଗଠନ ଓ କର୍ମୀଙ୍କ ମନୋବଳକୁ ଦୁର୍ବଳ କରିବାକୁ ଚାହିଁବ ନାହିଁ।

ସେହିପରି ଆସନ୍ତା ବର୍ଷ ମହାରାଷ୍ଟ୍ରରେ ନିର୍ବାଚନ ହେବାର ଥିବାରୁ ବିଜେଡିକୁ ଉପବାଚସ୍ପତି ପଦ ଦେଇ ଶିବସେନା ଭଳି ପୁରୁଣା ସହଯୋଗୀକୁ ବିଜେପି ଅସନ୍ତୁଷ୍ଟ କରିବାର ସମ୍ଭାବନା କ୍ଷୀଣ। ଯଦି ବିରୋଧୀ ଦଳକୁ ଉପବାଚସ୍ପତି ପଦ ଦେବାର ପରମ୍ପରାକୁ ବିଜେପି ନିର୍ବାହ କରେ ତା’ହେଲେ
ୱାଇଏସଆର-କଂଗ୍ରେସ(ଲୋକସଭାରେ ୨୨ ସାଂସଦ) ଓ ଟିଆରଏସ୍( ଲୋକସଭାରେ ୯ ସାଂସଦ) ଭଳି ଦଳ ଅଛନ୍ତି। ତେଣୁ ବିଜେଡିକୁ ଉପବାଚସ୍ପତି ପଦ ଦେଇ ବିଜେପି ନେତୃତ୍ୱ ତା'ର ରାଜ୍ୟ ସଂଗଠନକୁ ଦୁର୍ବଳ କରିବାକୁ କଦାପି ଚାହିଁବେ ନାହିଁ।

ଭର୍ତ୍ତୃହରିଙ୍କୁ ସଂସଦୀୟ ଦଳ ନେତା ପଦରୁ ଦୂରେଇ ରଖି ବିଜେଡି ରଣନୀତିକାର ଅତ୍ୟନ୍ତ ଚତୁରତାର ସହ ଏଭଳି(ଉପବାଚସ୍ପତି) ପଦ ମିଳିବାର ଚର୍ଚ୍ଚାକୁ ଜୋରଦାର କରାଇଛନ୍ତି। ଭର୍ତ୍ତୃହରିଙ୍କ ବଦଳରେ ପିନାକୀ ମିଶ୍ରଙ୍କୁ ସଂସଦୀୟ ଦଳ ନେତା ଭାବେ ବିଜେଡି ମନୋନୀତ କରିବାର ଦିନକ ପରେ ହିଁ ଉପବାଚସ୍ପତି ପଦ ବିଜେଡିକୁ ମିଳିପାରେ ବୋଲି ବିଜେଡି ରଣନୀତିକାରମାନେ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ କରାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story