ଖବରକାଗଜ ଲେଖାକୁ ନେଇ ଭର୍ତ୍ତୃହରି, ଦେବାଶିଷ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଖବରକାଗଜ ଲେଖାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବାଶିଷ ସାମନ୍ତରାୟ। ନିଜ ଦ୍ୱାରା ସମ୍ପାଦିତ ଦୈନିକ ଖବରକାଗଜର ସପ୍ତାହାନ୍ତ ବିଚାର ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ଭର୍ତ୍ତୃହରି। ନିକଟରେ ହୋଇଥିବା ମୋଦି ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ଭବିଷ୍ୟତର ଝଲକ ଦେଖାଉଛି କି ଏ ପୁନର୍ଗଠନ? ଶୀର୍ଷକ ସ୍ତମ୍ଭରେ ଭର୍ତ୍ତୃହରି ଲେଖିଛନ୍ତି, ପୁନର୍ଗଠନ ବେଳେ ଯୋଗ୍ୟତା, […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 08:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଖବରକାଗଜ ଲେଖାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବାଶିଷ ସାମନ୍ତରାୟ। ନିଜ ଦ୍ୱାରା ସମ୍ପାଦିତ ଦୈନିକ ଖବରକାଗଜର ସପ୍ତାହାନ୍ତ ବିଚାର ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ଭର୍ତ୍ତୃହରି।

ନିକଟରେ ହୋଇଥିବା ମୋଦି ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ଭବିଷ୍ୟତର ଝଲକ ଦେଖାଉଛି କି ଏ ପୁନର୍ଗଠନ? ଶୀର୍ଷକ ସ୍ତମ୍ଭରେ ଭର୍ତ୍ତୃହରି ଲେଖିଛନ୍ତି, ପୁନର୍ଗଠନ ବେଳେ ଯୋଗ୍ୟତା, ସଚ୍ଚୋଟତା ଓ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଛି। ଏହାର ଉଦାହରଣ ଭାବେ ସେ ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲଙ୍କ ନାଁ ଦର୍ଶାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୁଷ ଗୋଏଲ ୩ ବର୍ଷ କାର୍ଯ୍ୟକାଳ ଭିତରେ ଏପରି କାର୍ଯ୍ୟ କରିଛନ୍ତି, ଯାହାକି ସରକାରୀ ବ୍ୟବସ୍ଥା ଅନୁଯାୟୀ ସାଧାରଣ ଗତିରେ ସମ୍ଭବତଃ ୧୦ବର୍ଷ ଲାଗିଥାନ୍ତା। ଉଜ୍ଜଳା କାର୍ଯ୍ୟକ୍ରମ ଧର୍ମେନ୍ଦ୍ରଙ୍କ ସଫଳତାର ଉଦାହରଣ ବୋଲି ଭର୍ତ୍ତୃହରି ଲେଖିଛନ୍ତି।

ତେବେ ଏହାକୁ ନେଇ ଭର୍ତ୍ତୃହରିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ଦେବାଶିଷ ସାମନ୍ତରାୟ। ଉଜ୍ଜଳା ଯୋଜନା ବିଫଳ ହୋଇଛି ଏବଂ ଧର୍ମେନ୍ଦ୍ରଙ୍କ ପ୍ରତି ଭଲ ପାଇବା ଥିବାରୁ ଭର୍ତ୍ତୃହରି ତାଙ୍କ ବିଫଳତାକୁ ଘୋଡ଼ାଇବା ଲାଗି ଏପରି ମନ୍ତବ୍ୟ ଦେଇଥିବା ଦେବାଶିଷ କହିଛନ୍ତି।

Related story